STORYMIRROR

Debabrata Mishra

Abstract Romance Action

4  

Debabrata Mishra

Abstract Romance Action

ସୁହାସିନୀ ତୁମ ସୁଖ ପାଇଁ

ସୁହାସିନୀ ତୁମ ସୁଖ ପାଇଁ

1 min
241


କେତେଦିନ କେତେ ବିନିଦ୍ର ରଜନୀ

ଭିଜିଛି ଏ ଆଖି ଦୁଇ ମୋର

ଏ ଆଖିର ଲୁହ ଟୋପା କରିଛି ସ୍ୱାକ୍ଷର

ମୋ' ତକିଆରେ ପ୍ରତିଥର ବାରବାର,

ସାକ୍ଷୀ ମୋ' କୋଠରୀ କାନ୍ଥ, କବାଟ ଝରକା

ଛାତିର ସ୍ପନ୍ଦନ ଆଉ ଅସଂଖ୍ୟ କୋହ

ଜାଣିଛି ମୁଁ ଆଉ ମୋ' ଈଶ୍ୱର ଏକା

କେତେ ନିବେଦନ କେତେ ଅଭିଯୋଗ

କେତେ ଅଭିମାନ କେତେ ପ୍ରାର୍ଥନା

କେବଳ ତୁମ ଦୁଃଖ ଦୂର ପାଇଁ

ଓଠରେ ସେ ଈଶ୍ୱରୀୟ ହସ ପାଇଁ

ପ୍ରଭୁ ମହାବୀର ପାଶେ କେତେ ଅଳି

ତୁମ ଲୁହ ଦୂର ପାଇଁ ତୁମ ଆନନ୍ଦ ପାଇଁ 

ଏ ମନ ବିବେକ କାନ୍ଦିଛି ଅନେକ

ସୁହାସିନୀ ତୁମ ଜୀବନରେ ସୁଖ ପାଇଁ,


ଅନେକ ଦିନ ଧରି ଅଟକି ଯାଇଛି କଲମ ମୋର 

ମୁଁ ଭୁଲିଯାଇଛି ଜୀବନର ଯେତେ ସବୁ 

ଆନନ୍ଦର ଶବ୍ଦ, ସାହିତ୍ୟ ଓ ବ୍ୟାକରଣ

କେତେକେତେ ଦିନ, ସପ୍ତାହ ଓ ମାସ

ଲେଖିପାରିନି ସୁଖର କଥା କି କବିତା,

ତୁମ ଆଖିର ବୁନ୍ଦା ବୁନ୍ଦା ଯନ୍ତ୍ରଣାର ଲୁହ 

ମୋତେ ଅସ୍ତବ୍ୟସ୍ତ କରିଦେଇଛି

ଅନିୟନ୍ତ୍ରିତ ଦୁର୍ବଳ ଆଖି ମୋର 

ପ୍ରତି କ୍ଷଣ କାନ୍ଦିଛି ଅବିଶ୍ରାନ୍ତ ଏକାନ୍ତରେ,

କୋହରେ ବୁଡ଼ିଛି ଭୋଗିଛି ତୁମ ଦୁଃଖ

ଜାଣିନି ମୁଁ କାହିଁକି କେଜାଣି

ମୁହୂର୍ତ୍ତେ ମୁହୂର୍ତ୍ତେ ମୁଁ ଭାଙ୍ଗି ମୁଁ ଯାଇଛି,


ପ୍ରତିଟି ଭାବନା ତୁମପାଇଁ ଜନ୍ମିଛି ମନେ

ହୃଦୟର ପ୍ରତିଟି କୋଣରେ ତୁମକୁ ରଖିଛି

ସୁହାସିନୀ ହସୁଥାଅ ତୁମେ ସୁଖରେ

ମୁଁ ଲେଖିଛି ଲେଖୁଛି ଲେଖୁଥିବି ଆଜୀବନ

ମାଗିଛି ତୁମ ପାଇଁ ସୁଖ ଇଶ୍ୱରଙ୍କୁ ମନପ୍ରାଣ ଦେଇ,

ନିଃଶ୍ୱାସ ଥିଲାଯାଏ ତୁମ ସୁଖ ପାଇଁ

କରୁଥିବି ପ୍ରାର୍ଥନା ଅଳି ଇଶ୍ୱରଙ୍କ ପୟେ

ଏ ମନ, ବିବେକ ଓ ହୃଦୟରେ ଆଜୀବନ ତୁମେ

ତୁମ ହସରେ ହସିଛି ହସୁଥିବି ସଦା

ତୁମ ଦୁଃଖରେ କାନ୍ଦିଛି ଅନେକ ନୀରବ ରହି,

ମୋ'ର ପ୍ରତିଟି ନିଃଶ୍ୱାସରେ ତୁମେ ଅବସ୍ଥିତ

ସୁହାସିନୀ ହସୁଥାଅ ତୁମେ

ମୁଁ ରଚୁଥିବି ସାହିତ୍ୟ ତୁମ ସୁଖର ହସ ପାଇଁ

ମୁଁ ଆଜୀବନ ତୁମପାଇଁ

ତୁମ ଓଠରେ ସୁଖର ଅମୂଲ୍ୟ ହସ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract