STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ସ୍ମୃତି ଓ ପ୍ରଶ୍ନ

ସ୍ମୃତି ଓ ପ୍ରଶ୍ନ

1 min
347

        

ବିଗତ ଦିନରେ ଅତିକ୍ରମ କରି ଆସିଥିବା

ଯେତେ ମଧୁର ଅବା ତିକ୍ତ ଅନୁଭୂତି

ଯା' ସାଇତା ଥାଏ ସ୍ମରଣରେ ତା' ସ୍ମୃତି

କିଛି ଅଜଣା ଅବୁଝା ହୃଦୟର ଭାବ

ଯା' ସ୍ଵତଃ ମନରେ ଉଙ୍କି ମାରେ ତା' ପ୍ରଶ୍ନ

ଏ ସ୍ମୃତି ଓ ପ୍ରଶ୍ନକୁ ନେଇ ଜୀବନର ଗତି

ତୁମକୁ ନେଇ ମୋତେ ନେଇ ସମୟ

ଭାବର ସଂପର୍କ ଭିତରକୁ ଆଣେ କିଛି ପ୍ରଶ୍ନ 

ବୟସର ଅଭିଜ୍ଞତାରୁ ସ୍ମୃତି ଦିଏ ଉତ୍ତର

ରଖିବାକୁ ପରସ୍ପର ମଧ୍ୟରେ ଭାରସାମ୍ୟ 

ଜଗତ ଜଞ୍ଜାଳର ମାନସିକ ଚାପରେ

ଆନ୍ଦୋଳିତ ହେଉଥାଏ ନିଜସ୍ଵ ଭାବନା

ଯେବେ ସ୍ଵପ୍ନ ଭାଙ୍ଗେ ଆଶା ହୁଏ ଧୂଳିସାତ୍

ତୁମର ମୋର ବୁଝାମଣାରେ ଆସେ ଦ୍ଵନ୍ଦ

ତାର ସମାଧାନ ଲାଗି ସୃଷ୍ଟିହୁଏ ପ୍ରଶ୍ନବାଚୀ

ସେ ମୁହୂର୍ତ୍ତରେ ସ୍ମୃତି ଯୋଗାଏ ପ୍ରେରଣା

ଦିଏ ଇନ୍ଧନ ଆଗକୁ ବଢ଼ିବା ପାଇଁ ଉତ୍ସାହ

ସ୍ମୃତି ଆଉ ପ୍ରଶ୍ନକୁ ନେଇ ହୁଏ ଚୁକ୍ତିନାମା

ମିଳିଯାଏ ଯଦି ତାର ନ୍ୟାର୍ଯ୍ୟ ସ୍ଵୀକୃତି

ଆମର ମଧୁର ସଂପର୍କ ରହେ ବଳବତ୍ତର

ନତୁବା ସବୁ ସ୍ମୃତି ହୋଇଯାଏ କେବଳ ପ୍ରଶ୍ନ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action