STORYMIRROR

Kabiratna Nutan Kumar Behera

Abstract Children Stories Action

4  

Kabiratna Nutan Kumar Behera

Abstract Children Stories Action

ପିଲାଙ୍କ ପ୍ରଶ୍ନ

ପିଲାଙ୍କ ପ୍ରଶ୍ନ

1 min
272


ପିଲାଙ୍କ ପ୍ରଶ୍ନ ଭାରି କୌତୁକିଆ,

    ମଧୁର କଣ୍ଠେ କହେ ସୁଆଦିଆ।

ଚପଳମତି ସେ ସରଳ ଶାନ୍ତ,

     ପ୍ରଶ୍ନ କରିବା ତା' ହୁଏନା ଅନ୍ତ।


ଘରେ ପ୍ରଶ୍ନ କରେ ବାପାମାଆଙ୍କୁ,

   ବିଦ୍ୟାଳୟେ ଶିକ୍ଷକ ଓ ସାଥୀକୁ।

ତା' ମନକୁ ଯା' ଆସେ ପଚାରଇ,

   ଦେଖେ ଯା' ଯଦି ବୁଝି ନ ପାରଇ।


ଜାଣିବାର ଇଚ୍ଛା ଥାଏ ଅନେକ,

  ଅନ୍ଧାରରେ ଖୋଜୁଥାଏ ଆଲୋକ।

କିଏ କ'ଣ କିପରି କାହିଁକି ଏ

      ପ୍ରଶ୍ନ ପଚାରି ବୁଝୁଥାଏ ସିଏ।


ପାଇଲେ ଉତ୍ତର ହୁଏ ସେ ଖୁସି,

   ନ ପାଇଲେ ରାଗରେ ଯାଏ ରୁଷି।

ପିଲାଙ୍କ ପ୍ରଶ୍ନକୁ ଦେଇ ଗୁରୁତ୍ଵ,

     ବିଚାର କରିବା ତାର ମହତ୍ତ୍ଵ।


ମନକୁ ତାର ନ ଦେଇ ଆଘାତ,

    କହିବା ତାକୁ ସବୁବେଳେ ସତ।

କରିବାନି ତା' ପ୍ରତି ଅବହେଳା,

  ଶିଖାଇବା ତାକୁ ଯେତେ ଶୃଙ୍ଖଳା।


ଆଜିର ଶିଶୁ ଆମ ଭବିଷ୍ୟତ

     ଗଢ଼ିବା ତାକୁ କରିଣ ଉନ୍ନତ।

ପିଲାଙ୍କ ପ୍ରଶ୍ନରେ ରଖି ଆଗ୍ରହ,

    ବଢ଼ାଇବା ତାର ଖୁସି ଉତ୍ସାହ।


ବଡ଼ମାନଙ୍କର ପାଇ ପ୍ରେରଣା

   ଜ୍ଞାନ ପ୍ରକାଶି ହେବ ଜଣାଶୁଣା।

ପିଲାଙ୍କ ପ୍ରଶ୍ନର ଦେଇ ଉତ୍ତର,

   ତାକୁ କରିବା ସେନେହ ଆଦର।     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract