STORYMIRROR

Kabiratna Nutan Kumar Behera

Romance Action Classics

4  

Kabiratna Nutan Kumar Behera

Romance Action Classics

ପ୍ରିୟାର ପ୍ରୀତି ଚାନ୍ଦିନୀ ରାତି

ପ୍ରିୟାର ପ୍ରୀତି ଚାନ୍ଦିନୀ ରାତି

1 min
300

     


ପ୍ରିୟାର ପ୍ରୀତି ଚାନ୍ଦିନୀ ରାତି

ସମୟ କ୍ରମରେ ଯାଏ ସିନା ବିତି

ଅଭୁଲା ଅପାସୋରା ରହେ ତା' ସ୍ମୃତି

ହୁଏ ନାହିଁ କେବେ ତାର ଇତି

ପୁନେଇଁ ଚାନ୍ଦର ଚାନ୍ଦିନୀ ପରି

ପ୍ରିୟା ଯେବେ ଲାଜେଇ ଦିଏ ହସି

ଉତୁରି ପଡ଼େ ମନରୁ ଖୁସି

ଝରାଏ ଓଠରୁ ହୀରା ନୀଳା ମୋତି 

ସେ ଅମୂଲ ମୂଲ ଦୁର୍ଲଭ ରତ୍ନ

ସରାଗରେ କରି ଯତ୍ନ

ହୃଦୟ ସାଉଁଟି ରଖେ ତାକୁ ସାଇତି

ପ୍ରିୟାର ପ୍ରୀତି ଚାନ୍ଦିନୀ ରାତି 

ତା' ରୂପେଲି ଆଭାର ଝଲକ

ନଜରକୁ କରି ରଖେ ଅପଲକ

ଆଗେ ଜାଳି ପ୍ରେମ ଦୀପଜ୍ୟୋତି

କମନୀୟ ରୂପ ଲାବଣ୍ୟ ତାର

ପ୍ରକୃତିର ଶ୍ରେଷ୍ଠ ଉପହାର

ପ୍ରାଣ ପୁଲକାଇ ଭରିଦିଏ ତୃପ୍ତି

ଜୀବନର ଯୌବନ ନିଶାରେ ମାତି

ପ୍ରିୟ ପ୍ରିୟା ପ୍ରକାଶନ୍ତି ମନର ଆଶା

ଫୁଲର ମହକ ପରି ଫୁଟେ ହୃଦ ଭାଷା

ତା' ମଧୁ ରସରେ ତିନ୍ତି 

ସ୍ୱର୍ଗୀୟ ଆନନ୍ଦରେ ଲଭନ୍ତି ଶକତି 

ପ୍ରିୟାର ପ୍ରୀତି ଚାନ୍ଦିନୀ ରାତି

ନିର୍ମଳ ପବିତ୍ର ଥିଲେ ଦୁଇ ହୃଦୟ

ପାର୍ଥିବ ସଂସାର ହୁଏ ମଧୁମୟ 

ଜୀବନରେ ପ୍ରାପ୍ତ ହୁଏ ଶାନ୍ତି

ଆତ୍ମା ଆତ୍ମାର ମିଳନ ହିଁ ପ୍ରକୃତ ପ୍ରେମ

ରହେ ଚିର ଅମ୍ଳାନ ଅନୁପମ

ସାର୍ଥକ ଜୀବନର ଏଇ ତ ଜୟଗୀତି

ପ୍ରିୟାର ପ୍ରୀତି ଚାନ୍ଦିନୀ ରାତି।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance