STORYMIRROR

Suchismita Behera

Abstract Classics Inspirational

3  

Suchismita Behera

Abstract Classics Inspirational

ପୁସ୍ତକର କାହାଣୀ

ପୁସ୍ତକର କାହାଣୀ

1 min
138

ପୁସ୍ତକର କାଗଜରେ ଅକ୍ଷରର ଅର୍ଚ୍ଚନା 

କହୁ କହୁ କରିଦିଏ ତା କାହାଣୀର ବର୍ଣ୍ଣନା

ସଂକ୍ଷିପ୍ତ ନୁହଁଇ କିଛି ତା ପାଇଁ, ସାରାଂଶ ତା' ଶୋଭା

ହଜିଗଲେ ଥରେ ତା ଭାଷାରେ, ସହଜେ ଲିଭେ ନାହିଁ ତାର ଆଭା ।

ସଭିଙ୍କ କାହାଣୀ ପାଇଁ ସେ ବଢାଇ ଦିଏ ହାତ

ହେଲେ ନିଜସ୍ବ କାହାଣୀ ପାଇଁ କେବେ ହୁଏନି ବିଚଳିତ 

ଆଜି ସେହି କାହାଣୀମାନକୁ ଏକ ପାଖେ ରଖି

ଏକ ପୁସ୍ତକର କାହାଣୀ ଶୁଣିବା, କରି କବିତାକୁ ସାଖି ।।

ପ୍ରତ୍ୟେକ ପୁସ୍ତକର ଅଛି ଏକ ଭିନ୍ନ କାହାଣୀ

ପୁୁଣି କାହାଣୀର କାରଣ ସଜାଇଦିଏ ତା'ର ପ୍ରତିଟି ବାଣୀ

ସୁସଜ୍ଜିତ ଭାଷାର ସେ ସୁନ୍ଦର ଆଲୋଡ଼ନ 

ଗଢେ ରଚନା ଓ ରଚିତାର ନିବିଡ ବନ୍ଧନ।।

ଆକର୍ଷିତ ମଲାଟ ସାଜେ ତା'ର ସୁନ୍ଦର ଆଭୁଷଣ 

ତା' ସାଙ୍ଗକୁ ସୁଶୋଭିତ ବିଭିନ୍ନ ରଙ୍ଗର ଚିତ୍ରାଙ୍କନ

ସମ୍ୟକ୍ ଭାବେ ଦେଇଥାଏ ପୁସ୍ତକର ବିବରଣୀ

ସତେ ଯେପରି ଡାକିନେଇ କହିଦିଏ ନିଜ କାହାଣୀ ।।

ସୂଚୀପତ୍ରର ସେ ସଂକ୍ଷେପ ସୂଚନା

ବିସ୍ତୃତ ବିଷୟ ପାଇଁ ବଢାଇ ଦିଏ ଜିଜ୍ଞାସା

ଶବ୍ଦର ସୌନ୍ଦର୍ଯ୍ୟରେ ବିସ୍ତାରିତ ହୁଏ ବିଷୟ

କାହାଣୀର କୋଳରେ ବିତିଯାଏ କାହିଁ କେତେ ସମୟ ।।

ପରିଶେଷର ପରିଣାମ ନ' ହୋଇ ପରିଚୟ

ରଚନାର ପ୍ରଭାବ ରହେ ଚିର ସ୍ମରଣୀୟ

ଏହିପରି ଭାବେ ଗଢି ହୋଇଥାଏ ଏକ ପୁସ୍ତକ

ମନୋରମ କାହାଣୀରେ ବାନ୍ଧି ଦେଇ ନିଜ ଅସ୍ତିତ୍ବ ।।

 



Rate this content
Log in

Similar oriya poem from Abstract