Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Behera

Action Inspirational Children

4  

Suchismita Behera

Action Inspirational Children

ମା' ସହ ମିଳନ

ମା' ସହ ମିଳନ

1 min
379


ବର୍ଷ ଆରମ୍ଭରୁ ଛୁଟିର ଅଭିକଳ୍ପନା କରି

ପାର୍ବଣର ପ୍ରସ୍ତୁତିରେ ପ୍ରଫୁଲ୍ଲିତ ହୋଇ

ଆରମ୍ଭ ହୋଇଥାଏ ମୋର ଦିନ ଗଣନା

ମହୋତ୍ସବର ବିିଭୋରରେ ନିଜକୁ କରେ ପରିକଳ୍ପନା ।


ଆରକ୍ଷିତ ଧୈର୍ଯ୍ୟର ଘଟାଇ ଅନ୍ତ

ଆଗଭର ମନରେ ଭରିଦେଇ ଉଲ୍ଲାସ

ଛାତ୍ରାବାସକୁ କିଛିଦିନ ବିଦାୟ କହି

ଆସିଯାଏ ଘରକୁ ମୁଁ ପୂଜାଛୁଟି ପାଇଁ ।


ରାସ୍ତା-ଘାଟ, ଗଳି-କନ୍ଦିରେ ଦିଶେ ଆଲୋକର ପ୍ରସାର

ଉତ୍ସବ ମୁଖର ହୁଏ ପ୍ରତ୍ୟେକ ଘର ପରିବାର

ରଙ୍ଗମଞ୍ଚରେ ନୃତ୍ଯ, ସଂଗୀତର କାର୍ଯ୍ୟକ୍ରମ

ବ୍ୟସ୍ତମୟ ଜୀବନରେ ନିଶ୍ଚେ ଆଣେ ପରିବର୍ତ୍ତନ ।


ତା' ସାଙ୍ଗକୁ ନୂତନ ବସ୍ତ୍ର ପରିଧାନର ଆନନ୍ଦ

ସୁସଜ୍ଜିତ ଆଲୋକ ସହ କରେ ଅପୂର୍ବ ମିଳନ

ପୁଣି ଭିଡଭରା ରାସ୍ତାର ସେ ଜନଗହଳି

ମା'କୁ ଦେଖିବାର ବ୍ୟାକୁଳତାକୁ ଦିଏ ବଢାଇ ।


ଘଣ୍ଟ-ଘଣ୍ଟି ନାଦ ସହ ଧୂପ-ଦୀପର ମହକେ

ମା'ର ଉପସ୍ଥିତିର ଅନୁଭବ ଚତୁର୍ଦ୍ଦିଗେ ଚହକେ

ସେହି ଜନଗହଳିରେ ପ୍ରତ୍ୟେକଂକୁ ବାଟ ଦେଖାଇ

ମା' ନେଇଯାଏ ପାଖକୁ ନିଜ ଦର୍ଶନ ପାଇଁ ।


ସୌନ୍ଦର୍ଯ୍ଯ ମୁଖରେ ତା'ର ସ୍ମିତ ହସର ଅଭିମତ

ଆଳଂକ୍ରିତା କାୟାରେ ସେ ପୁଣି ହୁଏ ଶକ୍ତିରେ ସୁଶୋଭିତ

କ୍ଷୁବ୍ଧ ଚକ୍ଷୁ ସହ ତା'ର ଅସ୍ତ୍ରଭରା ହସ୍ତ

ବୀରତ୍ୱର ପ୍ରତୀକ ଦିଏ, କରେ ଦୁର୍ଜନତାର ବିନାଶ ।


ମନେହୁଏ ମା' ଯେପରି ଡାକିନେଇ ଯାଏ,

କୋଳକୁ ତା' ଆଦରରେ ପାଶୋରିନେଇ କହେ,

ଡରିବୁନି ଜମା ତୋ ମା' ପାଖରେ ଅଛି

ଆଶୀର୍ବାଦ ସରୂପରେ ତୋତେ ଆଶ୍ରିତ ମୁଁ କରିଛି ।


ଏହିଭଳି ବିତିଯାଏ ଉତ୍ସବମୁଖର କିଛି ଦିନ-ରାତି

ଲାଗେ ଯେପରି ତ୍ୱରାନ୍ୱିତ ହୁଏ ସମୟର ଗତି

ଚାହୁଁ-ଚାହୁଁ ଆସିଯାଏ ମା'ର ବିଦାୟର ବେଳ

ବିଦାୟ ଦେଇ ପୁଣି ଅପେକ୍ଷାରେ ରହୁ ଆର ବରଷକୁ ତା'ର ।


ପ୍ରତିବର୍ଷ ଏହିପରି ହୁଏ ମା' ସହ ମିଳନ

ପ୍ରସ୍ତୁତିର ବ୍ୟସ୍ତତା ସହ ଆନନ୍ଦର ହୁଏ ସଂଯମ

ଦୁଃଖର ବିନାଶ ଘଟି ହୁଏ ସୁଖର ଆଗମନ

ସ୍ମୃତି ହୋଇ ରହିଯାଏ, ମା' ସହ ସେହି ମିଳନ ।


Rate this content
Log in

Similar oriya poem from Action