STORYMIRROR

Bijoy Jena

Abstract Action Classics

4  

Bijoy Jena

Abstract Action Classics

ଆମରି ମରତ

ଆମରି ମରତ

1 min
325


ଆମରି ମରତ ଆମକୁ ସୁନ୍ଦର

      ଲୋଡା ନାହିଁ ସ୍ୱର୍ଗପୁର

ନିତି ସକାଳରେ ସୂରୁଜ ଉଉଁଛି 

       ରାତ୍ର ହୁଏ ଅନ୍ଧକାର।


ନିତି ପ୍ରଭାତ ରେ କୁସୁମ ଫୁଟଇ

       ଝଡି ଯାଏ ଅଳ୍ପ କ୍ଷଣେ

ପ୍ରବାହିତ କରେ ସବୁରି ମନକୁ

       ପୁଣି ଫୁଟେ ଆର ଦିନେ।


ସ୍ୱର୍ଗରେ ନ ଥାଏ ଜନମ ମରଣ

      ଦୁଃଖ ଓ ଅଶାନ୍ତି ଚିହ୍ନ 

କି ଲାଭ ଜୀବନେ ଏ ସବୁ ନ ଥିଲେ

       ସ୍ନେହ ପ୍ରୀତି ଗୁଣ ମାନ।


ପୃଥିବୀ ପୃଷ୍ଠରେ ଅନୁରାଗ ଅଛି

      ଅଛି କୁଟୁମ୍ବ ପଣିଆ

ନୃତ୍ୟ ଗୀତ ଆଉ ସଙ୍ଗୀତ ଆସର

       କଳା ସଂସ୍କୃତି ରେ କିଣା।


ଏସବୁ ଛାଡ଼ିକି ରହି ପାରିବିକି 

       ସ୍ୱର୍ଗାଲୋକରେ ନିମିଷ

ମୋ ପାଇଁ ମରତ ସ୍ବର୍ଗ ଠାରୁ ବଡ 

        ଲୋଡ଼େ କାଳିଆ ଆଶିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract