ସମ୍ପର୍କ
ସମ୍ପର୍କ
ସେତୁଟିଏ ସତେ-ହୃଦୟରୁ ହୃଦୟକୁ, ସ୍ଥୁଳ ନ ହୋଇ ମଧ୍ୟ,ଯାତ୍ରୀଟିକୁ ଚଳାଏ,ଉଲ୍ଲାସର ପଥେ ।
ଅଦୃଶ୍ୟ ହୋଇ ମଧ୍ୟ,ତୋଳି ଧରେ ଅନାୟସରେ ଜୀବନର ଅନେକ ବିଶ୍ଵାସ ।
ସମୟ କେଉଁଠି ସୁଯୋଗ କେଉଁଠି,ଲୁଚି ଥାଏ କେଉଁଠି ବିଧିର ଲିଖନରେ ? ସମ୍ପର୍କର ଆରମ୍ଭ ସମ୍ପର୍କର ଶେଷ,ସବୁ ପରା ଖାଲି ଶ୍ରମ ମଣିଷର ।
କ୍ଳାନ୍ତ ଦିପହରରେ, ଅଶାନ୍ତ ହୃଦୟରେ ,ଅନେକ ଦ୍ଵନ୍ଦରେ କିଛି ବିଡମ୍ବନାରେ,ସମ୍ପର୍କଟିରେ ଲାଗି ସାରି ଯାଏ, ଦିନ ପରେ ଦିନ, ରାତି ପରେ ରାତି, ଜୀବନର ଅସରନ୍ତି ପ୍ରୟାସ ।
ଝଡ ପରେ ପରେ,ଅନେକ ଲୁହକୁ ପରିଣତ କରି ପାରେ,ସପ୍ତରଙ୍ଗର ଇନ୍ଦ୍ରଧନୁରେ, ସୂତା ଖିଅଟିଏ ଭଳି,
ବୁଢିଆଣୀ ଜାଲର-
ସମ୍ପର୍କଟିର ରୂପ,କ୍ଷୀଣ ସ୍ଵରୂପରେ ସହି ପାରେ,ଜୀବନର ଅନେକ ବତାସ ।
କିଛି ପାଇବାର କିଛି ହଜିବାର,କିଛି ନ ରଖି ସବୁ ରଖିବାର,ନାମ ଯଦି ହୁଏ ସମ୍ପର୍କଟିଏ,ଗଢ଼ିପାରେ ଯାହା ମଣିଷଟିଏ, କେବେ କଣ୍ଟକର ଘାତ ସାଜି ,କେବେ ସାଜି ଗୋଲାପର ସୁବାସ,ସମ୍ମିଳିତ କରି ଚାଲି ଥାଏ ସମ୍ପର୍କ ଜୀବନର ଅନେକ ଆଭାସ ।
