Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract Classics Fantasy

4.4  

Chinmaya Nayak

Abstract Classics Fantasy

ଚିତ୍ର

ଚିତ୍ର

1 min
160


କଳମ ନଟାରେ କଙ୍କି

କଅଁଳ ଖରାରେ ଦେହ ସେକି

ଅଳସ ଭାଙ୍ଗୁଛି ସ୍ପର୍ଦ୍ଧିତ ଡ଼େଣାରେ 

ସ୍ଵପ୍ନ ଉଡ଼ାଣର ମଧ୍ୟାନ୍ତରେ I 


ପାଣିରେ ଚହଟୁଛି ଲୋଭନୀୟ ଦୃଶ୍ୟ

ତା'ର ନହକା ଛାଇରେ ଦେଖ, 

ଦେଖ, ମନ ଉଲ୍ଲାସେ ଲାଞ୍ଜ ହଲାଉଛି 

ଗହୀର ଜଳର ଭୋକ

ନିଜ ପାଇଁ ନିଜ ଛାଇ ଆଙ୍କୁଛି 

ଦେଖ କେମିତି ଟାକିଛି ସୁଯୋଗ I 


ଏଇ ଟିକକେ ମାରିବ ଝାମ୍ପ - 

ଚବକାଏ ଶବ୍ଦ,

ଆଉ ପ୍ରତିଫଳିତ ପ୍ରତିଟି ଦୃଶ୍ୟକୁ, 

ଅଚାନକ ନିଶ୍ଚିହ୍ନ ପୋଛିଦେବ.,

କିଛି ପାଣିର ଚହଲା 

ଆଉ ଚହଲାର କେନ୍ଦ୍ରବିନ୍ଦୁକୁ, 

ନୀରବରେ ଜାକିଚୁକି ସମତଳ କରିନେବ

କିଛି ଘଟି ନ ଥିବା 

ପୂର୍ବ ସ୍ଵାଭାବିକତା I 


  



Rate this content
Log in

Similar oriya poem from Abstract