Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Tragedy

4.0  

Chinmaya Nayak

Tragedy

ମିଳନ୍ତା ଏମିତି ସାଥୀ

ମିଳନ୍ତା ଏମିତି ସାଥୀ

1 min
124


ମିଳନ୍ତା ଏମିତି ସାଥିଟିଏ ଯଦି

ଜୀବନେ ଭରନ୍ତା ସଫଳତା  

ଶବଦ ମୋର ସେ ବୁଝୁ କି' ନ ବୁଝୁ

ବୁଝିପାରନ୍ତା ମୋ ନୀରବତା I 


ମାପି ପାରନ୍ତା ଏକାକି ଜୀବନର 

ଏହି ନିଃସଙ୍ଗର ଗଭୀରତା  

କାନ୍ଦିବା ବେଳେ ଶିଖାଇ ଦିଅନ୍ତା ସେ

ମୋର ହସିବାର ମାଦକତା I 


ବରଫ ଭଳି କଠିନ କେବେ ପୁଣି 

ହୁଅନ୍ତା ସେ ନମନୀୟ ଲତା  

ଲହୁଲୁହ ପୋଛି ମୋର ବେଦନା 

ସବୁ ତ ନିଃଶେଷ କରୁଥାନ୍ତା I 


ସୁଖେ ଦୁଃଖେ ମୋର ପ୍ରତିଛବି ପରି 

ମୋ ସାଙ୍ଗେ ବାଟ ଚାଲନ୍ତା  

କର୍ମେ କବଳିତ ହୃଦୟଟି ତାର

ମୋ ପାଇଁ ଗୀତ ଗାଆନ୍ତା I 


ଦମନ କରନ୍ତା ମୋର ଅମଡ଼ା ବାଟର

ସବୁ ଦୁର୍ଦ୍ଦଷତା କଳୁଷତା  

ନୀଡଖୋଜା ପକ୍ଷୀ ଭଳି ମ୍ଳାନ ସନ୍ଧ୍ୟାର

ସାଗ୍ରହେ ସାନନ୍ଦେ ଖୋଜୁଥାନ୍ତା I 


ଆହ୍ଲାଦିତ ଏଇ ତରଙ୍ଗିତ ମନେ

ସ୍ୱର୍ଗୀୟ ପ୍ରେମଟି ବସା ବାନ୍ଧନ୍ତା  

ଏପରି ସାଥିଟେ ଖୋଜିବୁଲେ ମୁଁ

ମୁକ୍ତ ହୃଦୟେ ମୋତେ ଭଲପାଆନ୍ତା  I



Rate this content
Log in

Similar oriya poem from Tragedy