Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Chinmaya Nayak

Children

3  

Chinmaya Nayak

Children

ଗାଆଁ କୂଅ

ଗାଆଁ କୂଅ

1 min
125


ଅତୀତ ହୋଇଛି ଗାଆଁ ଦାଣ୍ଡେ କୂଅ

ଇତିହାସ ପାଲଟିଛି

କେଉଁଠି କେମିତି ଯେତକ ରହିଛି

ଜୀବନେ ରାହା ଦେଉଛି l


ଶୀତଳ ମଧୁର ସଲିଳ ଧାରାରେ

ରଖିଛି ତା' ନୀର ଭରି

ଭୁଲି ନ ପାରିବ କୂଅର ମନକୁ

ମନରେ ଥିବ ତୁମରି l


ପ୍ରାତଃ ସ୍ନାନେ କୂଅଟି ମୂଳେ ଗମଇ 

ଗାଆଁର ତରୁଣ ଖେଳେ 

ଗାଆଁ ଶ୍ରମ ଜୀବିକା ଅର୍ଜନ ପାଇଁ 

ଅପାଶୋରା ମଧୁ ଜଳେ l 


ନାନା ପ୍ରଜାତିର କୀଟ ସରୀସୃପ 

କରୁଥିଲେ ଅନ୍ତର୍ବlସ 

ଏତେ ଟିକେ କୂଅ ଭିତରେ ରହି 

ଭାବୁଥିଲେ ଏହି ବିଶ୍ୱ l 


ଝିଅ ଓ ବୋହୂର ଭାବର ସମ୍ପର୍କ 

ଯାଆଙ୍କ ମଧ୍ୟରେ ସ୍ନେହ 

କୂଅ ଯୋଡୁଥିଲା ପ୍ରୀତିର ବନ୍ଧନ 

ବଢୁଥିଲା ପ୍ରେମ ମୋହ l 


ବେଉଷଣ କ୍ଷେତ କାମ କରିବାକୁ 

ଦେଉଥିଲା ପରିଚୟ 

ଚାଷୀ ପରିବାରେ ପେଟ ପାଟଣାକୁ 

ହୋଇଥିଲା ତା' ସହାୟ l 


ଗାଆଁ କୂଅ ତାହାରି ଜଳର ସ୍ଵାଦ 

ପୂରିଥିଲା ପ୍ରାଣସାର

ଆଜି ଯାଏଁ ସେତ ଜୀବ ଜୀବନର 

ସାଜିଅଛି ସୂତ୍ରଧର l 


  



Rate this content
Log in