Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Tragedy Inspirational

4.3  

Chinmaya Nayak

Tragedy Inspirational

ଆଖି ଥାଇ ଅନ୍ଧ

ଆଖି ଥାଇ ଅନ୍ଧ

1 min
124


ଦେଖ ଭାଇ ଦେଖ ଦୋଷୀ ଯାଏ ଖସି

ଆଖି ଦେଖା ସାକ୍ଷୀ ଏଠି ମୁକ

ଅକାରଣେ ତ ନିର୍ଦ୍ଦୋଷ ପାଏ ଫାଶୀ

ମିଛ ସାକ୍ଷୀ ଦେବା ପାଇଁ ଲୋକ l 


ସ୍ୱାଭିମାନ ଆଜି ଦାଣ୍ଡରେ ଗଡ଼ୁଛି

ହାଟରେ ହେଉଛି କିଣା ବିକା

ପାଞ୍ଚ ଟଙ୍କାର ଖବର କାଗଜର

ପ୍ରଥମ ପୃଷ୍ଠାରେ ପରା ଲେଖାl l 


ବଢ଼ିଛି ହତ୍ୟା ଲୁଟ୍ ଆଉ ଧର୍ଷଣ

ଲୁଣ୍ଠିତ ଏଠି ମଣିଷର ଅଧିକାର

ରକ୍ତମାଂସ ଧାରୀ ଏକ ନବ ଜୀବନ

ଦଳି ହେବାବେଳେ ସମ୍ପୂର୍ଣ୍ଣ ତୟାର l 


ପଞ୍ଚସ୍ତରୀ ବର୍ଷ ପରେ ବି ଭାରତ 

ସୁରକ୍ଷା ପାରୁନି ଦେଇ 

ଦିନ ଦ୍ୱିପହରେ ଆଜିର ମହିଳା 

ସୁରକ୍ଷିତ ମଣୁ ନାହିଁ l 


ନାରୀ ହୋଇଛି ଆଜି ଉଚ୍ଚଶିକ୍ଷିତା 

ନର ସାଥେ ହୋଇ ସମ 

ଶିକ୍ଷିତା ହେଲେ ହେଁ ନିଇତି ଧର୍ଷିତା 

ଧର୍ଷି ନର ରୂପି ଶ୍ଵାନ l 


ନିଶା ବଟିକାକୁ କରନ୍ତି ସେବନ 

ଦେଶ ଭବିଷ୍ୟତ ଗଣ 

ନିଶା ଖାଇ କରେ କେତେ ପାପ କର୍ମ 

ନାରୀକୁ କରି ହରଣ l 


ଅଧିକାର ସିନା ଆମ ସମ୍ବିଧାନ 

ପାରିଛି ସାଇତି ରଖି 

ସେହି ଅଧିକାର ସତରେ କାହିଁକି ? 

ପାରୁନି ବି କେହି ଦେଖି l 


ସବୁଜାଣି ବି ଆଇନ୍ ଅନ୍ଧ ଏଠି 

ଦେହ ଲୋଭୀ ପୁରୁଷ ଆଗରେ

ବଦଳି ନାହିଁ ଲୋକଙ୍କ ଦୃଷ୍ଟିଭଙ୍ଗୀ

ଯୁଝିଲେଣି ମରଣ ସାଥିରେ l


ଅହିଂସା ସ୍ଵାଧିନତାର ମାନେ ଆଜି

ଗୋଟେ ନାରୀ ପାଇଁ କିଛି ନାହିଁ

ଜଘନ୍ୟ ଅପରାଧକୁ ଦେବାକୁ ଦଣ୍ଡ

ଅଦାଲତ ପାଶେ ଶକ୍ତି ନାହିଁ l


ସମାନତା କଥା କହୁଛନ୍ତି ସିନା 

ସମାନ ନୁହଁନ୍ତି କେହି 

ଅସମତା ମଧ୍ୟେ ବଞ୍ଚୁଛି ମଣିଷ 

ଭୋକ ଉପାସରେ ରହି l 


ବିଦେଶୀ ବଣିକ ଚାଲିଗଲେ ସିନା 

ଶାସନ ଯାଇଛି ରହି 

ଆମ ରାଜନେତା ବରିଷ୍ଠ ଶାସକ 

ତାଙ୍କ ଠାରୁ ମୁକ୍ତି ନାହିଁ l 


ଜାଗ ହେ ଜନତା ଜାଗ ହେ ମାନବ

ଆଉ କି ବଳିଷ୍ଠ ପ୍ରମାଣ ଦରକାର ?

ଅନ୍ଧ ଏଠି ଆଇନ୍ ଆଖି ଥାଇ ଅନ୍ଧ

ଏଇ ଆମ ଦେଶର ଅଗ୍ରସର l



Rate this content
Log in

Similar oriya poem from Tragedy