STORYMIRROR

Chinmaya Nayak

Tragedy

3  

Chinmaya Nayak

Tragedy

କ୍ଷତାକ୍ତ ପ୍ରେମ

କ୍ଷତାକ୍ତ ପ୍ରେମ

1 min
122

ଜଳି ସାରିବଣି ହୋମ ନିଆଁ ଜାଣେ

ଲିଭି ସାରିବଣି ବାସର ବତୀ

କାକର ହେବଣି କୁଆଁରୀ ଜୀବନ

ବରଫ ହେବଣି ସାଇତା ରାତି.... I 


କଥା ଦେଇଥିଲ ମଥାକୁ ଛୁଇଁ ଯା'

ବୋହୂ ଚୋରି ସେଇ ଖେଳ ଘରେ

କେମିତି ପାରିଲ ବଧୂବେଶ ହୋଇ

ନାଲି ପାଟ ଶାଢୀ ଓଢ଼ଣାରେ....I 


ହେଲେ ମୁଁ ଜଳୁଛି ଦକ୍ଷିଣ ବାଆରେ

ଫଗୁଣ ଆଡ଼େଇ ଦେହକୁ ଫୁଙ୍କି 

ନିତି ଜଳି ଲିଭିବ କ୍ଷତାକ୍ତ ପ୍ରେମଟା

ବେଦନାଟା ଖାଏ ଛାତି କୋରଖି....I 


ଆଜି ବି କେମିତି ଚିତା ପାଉଁଶ ମୋ

ତୁମ ପାଇଁ ପଡିଛି ରହି

ନ ପୋଡ଼ି ପଡ଼ିଛି ଛାତି କଲିଜାଟା

ଏବେ ବି ତୁମ ବାଟ ଚାହିଁ....I 


ହୃଦୟକୁ ତୁମ ନାଁ ରେ କଲି ମୁଁ

ଶବ ବ୍ୟବଚ୍ଛେଦ ଘରେ

ଚିରି ଦେଖିନେବ ପାପୁଲିରେ ଥୋଇ

କେବେ ମରିଗଲା ପରେ.... I


ପରଖି ଦେଖିବ କଟା ଖଣ୍ଡଟାକୁ

ତା' ଭିତରେ କେତେ ପ୍ରେମ

ଗୋଲାପଟେ ଥୋଇ ବିଦାୟ କହିବ

ଅଧରୁ ଚଳୁଏ ତୁମ.... I


ଦୀପଟିଏ ଜାଳି ଓଢ଼ଣାକୁ ତୋଳି

କରିବ ଶେଷ ପ୍ରଣାମ

ଲେଉଟି ନୀରବେ ଢ଼ାଳିବନି ଲୁହ

ତୁମକୁ ରହିଲା ରାଣ.... I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy