STORYMIRROR

Chinmaya Nayak

Tragedy

3  

Chinmaya Nayak

Tragedy

ଲୁହ ନଈ

ଲୁହ ନଈ

1 min
158

ଲୁହ ନଈର ନାଉରୀଟିଏ ମୁଁ

କାତ ମୋର ପାଉନାହିଁ  

ଭାସି ପାରୁନାହିଁ ବୁଡ଼ି ପାରୁନାହିଁ

କାଳ ବୈଶାଖୀର ଝାଇଁ   


ଖୁସିର ଶେଫାଳି ଗଲାଣି ମଉଳି

ଲୋଟେ ମାଟି କୋଳେ ଯାଇ  

ମାଟି କି ବୁଝିବ ତା' ମନ ଦରଦ 

ଶୁଖିଲା ଟାଙ୍ଗରା ଭୂଇଁ   


ଲୁହର ନଈକୁ ହେଉଥିଲା ପାରି

ଧୈର୍ଯ୍ୟକୁ ଆହୁଲା କରି  

ପାରିହେବା ପାଇଁ ଆଶା ରଖିଥିଲା

ଭାଗ୍ୟକୁ ନେଇ ଆଦରି   


ତଥାପି ବିଫଳ ଆଶା ଅସଫଳ

ଦିନ ଗଲା ସରି ସରି  

ମନ କଥା ଯାହା ମନରେ ମରିଲା

ସପନ ଗଲାଣି ମରି   


ଅବୁଝା ଏ ମନ କଲାଣି ଗୁମାନ  

ଝୁରି ଝୁରି ଗଲା ମରି  

ଥମେନାହିଁ ଜମା ହୃଦୟ ସ୍ପନ୍ଦନ 

ଜଳେ ବୁଦ୍ ବୁଦ୍ ପରି   


ଅବୁଝା ମନଟା ବୋଲ ମାନୁନାହିଁ  

ଭାବୁଥାଏ ଏଣେତେଣେ  

ଲୁଚିଲୁଚି ଯାହା ନିଃଶବ୍ଦ କୋହରେ

କାନ୍ଦେ ବସି ମଙ୍ଗ କୋଣେ   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy