STORYMIRROR

Mamtarani Naik

Tragedy Others

4  

Mamtarani Naik

Tragedy Others

ମୁଁ ଦ୍ରୌପଦୀ

ମୁଁ ଦ୍ରୌପଦୀ

1 min
384

ଭିକ୍ଷା ରୂପେ ଅଭିହିତ ମୁଁ ଦ୍ରୌପଦୀ 

ଅନିଚ୍ଛା ସତ୍ତ୍ବେ ବାଣ୍ଟି ହୋଇ ଗଲି, ପଞ୍ଚ 

ପୁରୁଷତ୍ବ ମଧ୍ୟରେ, ମୋର ନିଜସ୍ଵ କୁ ହରାଇ, 


କୁରୁ ସଭାରେ ନାରୀତ୍ବ ର ଅପମାନିତ ଜ୍ୱାଳା 

ସହିଯିବାର ଉପଦେଶ କୁ ଉଲଂଘନ କରିବାର 

ପରିଣାମ, କୁରୁ କ୍ଷେତ୍ରରେ ମୃତ ଆତ୍ମା ର ବୋଝ ରେ 


ସ୍ବର୍ଗାରୋହଣ କରିବା ପୂର୍ବରୁ ପାଦ ଯୋଡିକ 

ଖସି ଯାଉଥିଲେ। 

ହାତ ଠାରି କେବଳ ଡାକୁଥିଲି......

 ହିମାଳୟର ପାଦ ତଳେ 

ଅସହାୟ ଶରିରର ମୂର୍ଚ୍ଛନା କୁ ଅନୁସରଣ କରି 

 ଧୀରେ ଧୀରେ ହାତ ଛାଡୁ ଥିବା ଆତ୍ମା ଓ 

ସେଇ ନୀଳ ଚନ୍ଦ୍ରିକା, ଯାହାଙ୍କୁ ଅଯାଚିତ ପ୍ରଶ୍ନ ର ଘେର

ଭିତରେ ବାନ୍ଧି ରଖିଥିଲି, ଆଉ ପଚାରିଥିଲି, କିଏ ମୁଁ?

ଦୋଷୀ କିଏ?ନିଜର ନିଜସ୍ଵ ହରାଇ, କଣ ପାଇଲି ?


ସବୁ ପ୍ରଶ୍ନ କିନ୍ତୁ ଗୁନ୍ଥି ହୋଇଯାଏ ସେଇ ନୀଳିମା, ନୀଳମଣି 

ନୀଳ ଚନ୍ଦ୍ରିକା ଭିତରେ......

ଆଉ ଆତ୍ମା ସମ୍ମୋହିତ ହୋଇ 

ମିଶି ଯାଏ ସେଇ ମଧୁର ବଂଶୀ ସ୍ଵନ ରେ......ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy