ପର୍ବତର ଶେଷ ଯାତ୍ରା
ପର୍ବତର ଶେଷ ଯାତ୍ରା
ବିଶାଳ, ମହାମେରୁ ମୋ ଶରୀର
କେତେ ଯେ ଜୀବନ ମୋ ଠାରେ
ବାସ କରନ୍ତି, ନିଜର ବଂଶ ବିସ୍ତାର କରି
ପ୍ରକୃତି ଓ ପୁରୁଷ ଙ୍କ ମଧ୍ୟରେ ଥିବା
ମାନ ଦଣ୍ଡ କୁ ସନ୍ତୁଳିତ କରି ସ୍ରୁଷ୍ଟି ର
ପରିଭାଷା ଓ ନିୟମ କୁ ଗତିଶୀଳ
କରିବାରେ ସକ୍ଷମ ହୁଅନ୍ତି।
ହେଲେ, ଆଜି ମୁଁ ନିଜେ କ୍ଷତାକ୍ତ, କ୍ଷୟ ଶିଳ,
ଓ ଜୀବନ ର ଶେଷ ଯାତ୍ରା ପଥରେ,
ଯାନ୍ତ୍ରିକ ଶକ୍ତି ପ୍ରୟୋଗ ରେ ମୋ ସହିତ ଜଡିତ
ଜୀବନ ଉତ୍ପୀଡ଼ନ ହୋଇ, ମୋ ଅଙ୍ଗାଙ୍ଗୀରୁ ଉତ୍ ଖନନ
ଲୌହ ଓ ରକ୍ତ, ଦେଶ ଓ ସାମାଜ ର ସାମୂହିକ ବିକାଶ
ପାଇଁ ତତ୍ପର।
ସେଇଥିପାଇଁ ତ ମୁଁ ତ୍ୟାଗୀ ଓ ମୋ ଶରିର ରେ ଆଶ୍ରିତ
ଜୀବନ ଗୁଡିକ ମଧ୍ଯ ମୋ ରି ପଥ ଅନୁଚର।
କିନ୍ତୁ ପ୍ରଶ୍ନ ଉଠେ ମନରେ ଶେଷ ନିଶ୍ଵାସ ପୂର୍ବରୁ,
ମୋ ପରି ଅନେକ ତ୍ୟାଗୀ ଙ୍କ ପରେ
ହଜାରେ ବର୍ଷ ରେ
ପ୍ରକୃତି ଓ ମାନବ ସମାଜ ସନ୍ତୁଳିତ ରହିବ ତ ?
