STORYMIRROR

Gobinda Chandra Sethi

Inspirational

4  

Gobinda Chandra Sethi

Inspirational

ଉପଦେଶ

ଉପଦେଶ

1 min
14

କଥାଟି କହୁଛି ଶୁଣଲୋ ସଜନୀ

ଆମ ପାଇଁ ଉପଦେଶ

ତାହାରି ଅଦେଶେ ବାଟ ଚାଲୁଥିବା

ଦୁଃଖ କଷ୍ଟ ହେବ ନାଶ ।


ରାତିରେ ଚେଇଁଲେ ସୁଖ ମିଳେ ନାହିଁ

ମନେ ରଖ ତୁହି ଧ୍ୟାନ

ଦିନରେ ଶୋଇଲେ ଅଳସୁଆ ହେବ 

ଶାନ୍ତି ଆସେନି ଜୀବନ ।


ବ୍ୟର୍ଥ ଚର୍ଚ୍ଚା କେବେ ଜୀବନେ କରନି

ଆତ୍ମ ସମ୍ମାନରେ ହାନି

ଆପଣା ଲୋକଙ୍କୁ କେବେ ଛାଡିବନି

ପ୍ରେମ ନ ପାରିବ ଜାଣି ।


ତୀର୍ଥ କରିବାକୁ ଲୋଡ଼ା ହେବ ନାହିଁ

ପିତା ମାତେ କର ଧ୍ୟାନ

ସକଳ ତୀର୍ଥର ଦୁହେଁ ତ ଆଧାର

ମିଳଇ ସବୁ କଲ୍ୟାଣ ।


ସଂଶୋଧନ ପାଇଁ ଚିନ୍ତା କରନାହିଁ

ନିଜେ ଲେଖୁଛେ କାହାଣୀ

ମନ ଧ୍ୟାନ ଦେଇ ତାହାକୁ ରଚିଲେ

ହେବନି କେବେ ଭାଳେଣି ।


ନୀରବ ରହିଣ ସବୁ ଶୁଣିବା 

କଷଣ ଯିବ ଦୂରେଇ

ସ୍ମିତ ହାସ୍ୟ କରି ସବୁ କହିବା 

ସମସ୍ୟା ଯିବ ସୁଧୁରି ।



Rate this content
Log in

Similar oriya poem from Inspirational