Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.7  

Gobinda Chandra Sethi

Inspirational

ଚା ଓ କଫି

ଚା ଓ କଫି

1 min
27



ଚା କଫି ଦୁହେଁ ପାନୀୟ ସ୍ୱାଦ

         ଗୁଣରେ ରହିଛି ଅନେକ ଭେଦ ।

ସେ ଦୁହେଁ ନୁହଁନ୍ତି ଛୋଟିଆ ନିଶା

         ଜଣାପଡେ ନାହିଁ ଟାଣେ ପଇସା ।

ପିଇଲେ ଯଦିବା ଦୂରଇ କ୍ଲାନ୍ତ 

       ସ୍ୱାସ୍ଥ୍ୟ ହାନି କରେ ହେଲେ ଆସକ୍ତ ।

ଭଲ ମନ୍ଦ ଗୁଣ କେତେ ଭରିଛି 

         ସଂସାରେ ମହତ୍ୱ ତା'ର ରହିଛି ।

ଅଧିକ ପିଇଲେ ମରଇ ଭୋକ

        ଖାଦ୍ୟରେ ଅରୁଚି ବଦଳେ ଭେକ ।

କୈଫିନ ଟାଇନିନ ସେଥିରେ ଅଛି

        ସ୍ୱାସ୍ଥ୍ୟରେ ହାନିକୁ ଡାକେ କହୁଛି ।

ଉଚ୍ଚ ରକ୍ତଚାପ କରେ ବର୍ଦ୍ଧନ

           ନିଦକୁ ହଜାଇ ହୃଦେ ସ୍ପନ୍ଦନ।

ପିଇ ଖାଲି ପେଟେ ଭୋଜନ ପରେ

         ଏସିଡ ବଢାଏ ଆମ ପେଟରେ ।

ସଜାଗ ରହିଲେ ଚା ଓ କଫିରେ

         ଗ୍ୟାଷ୍ଟ୍ରିକ୍ ଓଲ୍ସର ରହେ ଦୂରରେ ।

ରହିଥାଅ ବନ୍ଧୁ ସବୁ ସଜାଗ

         ଭଲ ମନ୍ଦ ଦେଖି ଚାଲିବା ଆଗ ।

ଚା ଓ କଫିରେ ବଢାଅ ଭାବ

       ଡାକ ନାହିଁ କେବେ ଆମ ଦୁର୍ଭାଗ୍ୟ ।



Rate this content
Log in

Similar oriya poem from Inspirational