ଅହଲ୍ୟା
ଅହଲ୍ୟା
1 min
338
ମୁଁ ନାରୀ ପ୍ରେମମୟି, ସ୍ଵାମୀ ଙ୍କ
ସହଚରି, କିନ୍ତୁ ଅସତୀ ହେବାର ଶାପ,
କାନ୍ଧ ରେ ଉଠେଇ ଆଜି ଶିଳା ସମ
ହେଲେ ପଶ୍ଚାତାପ ର ଅନୁମତି ନାହିଁ।
ପଥର ପ୍ରାୟ କେଉଁ କାଳର କରାଳ ରୁ
ଅଭିଶପ୍ତ ଜୀବନ ରୁ ମୁକୁଳିତ ହେବ ଏ ଆତ୍ମା
ଅପେକ୍ଷାରତ ନିଶ୍ଵାସ, ଏବେ ବି ତୁମର
ଯେଉଁଠି ପଶ୍ଚାତାପ ର ବି ଅନୁମତି ନ ଥିଲା।
ଅନିଶ୍ଚିତ, ଅପ୍ରତ୍ୟାଶିତ ପାଣି ର ଢେଉ
ଧିକ୍କାର କରି ମନେ ପକାଏ, ନିରନ୍ତର
ଲୁହ ଓ ବେଦନା କୁ ଆପଣାଇ ନେବା ଛଡା
ପଶ୍ଚାତାପ ପାଇଁ ଅନୁମତି ନ ଥିଲା।
ଯୁଗେ ଯୁଗେ ପ୍ରତୀକ୍ଷାରତ, ସେଇ ସମୟ
ସେଇ ମହା ପୁରୁଷ ଙ୍କ କୋମଳ ଚରଣ କମଳ
ସ୍ପର୍ଶ, ପୁନର୍ଜୀବିତ ଏ ଜୀବନ ଅତୀତ ର ପ୍ରେମ ପ୍ରଣୟ
ଆଉ ପାପ, ପାଇଁ ପଶ୍ଚାତାପ ର ବି ଅନୁମତି ନାହିଁ।
