ଉର୍ମିଳା
ଉର୍ମିଳା
ତାଙ୍କ ତ୍ୟାଗ ପୂତ ଜୀବନୀ ହୁଏତ
ଲୋକ ମୁଖରେ ଅଳ୍ପ ପରିଚିତ, କିନ୍ତୁ
ଚଉଦ ବର୍ଷ ବନବାସ କେବଳ
ଶ୍ରୀ ରାମ ଲକ୍ଷ୍ମଣ ଓ ସୀତା ଙ୍କ
ନ ଥିଲା , ଉର୍ମିଳା ଙ୍କ ରାଜ
ଉଆସରେ ମଧ୍ଯ ସନ୍ନ୍ୟାସୀ ସମ
ଚଉଦ ବର୍ଷ ରେ ପ୍ରତି ଟି ମୁହୂର୍ତ୍ତକୁ
ବଞ୍ଚିବା କେଉଁ ତପସ୍ୟା ଠାରୁ କମ ନ ଥିଲା ।
ସ୍ଵାମୀ ଙ୍କ ପାଇଁ ଅବସାଦ ନୂହେଁ, ତାଙ୍କ
ନିଷ୍ଠାପରତା ର ଶକ୍ତି ସାଜିଥିଲେ।
ତାଙ୍କ ପଥ ଅନୁଚରି ନ ଥିଲେ, ହେଲେ
ଚଉଦ ବର୍ଷ ବନବାସ କୁ ସଫଳ କରିବା ର
ଧେର୍ଯ୍ୟ ଯୋଗାଇଥିଲେ।
ଏମିତି ତ୍ୟାଗୀ ସନ୍ନ୍ୟାସୀଙ୍କ ପ୍ରତ୍ୟକ୍ଷ କାହାଣୀ
ଉର୍ମିଳା ଙ୍କ ଛଡା ଆଉ କାହାର
ହୋଇପାରେ।
