STORYMIRROR

Mamtarani Naik

Inspirational

3  

Mamtarani Naik

Inspirational

ନାରୀ ଏକ ପ୍ରଶ୍ନଚିହ୍ନ

ନାରୀ ଏକ ପ୍ରଶ୍ନଚିହ୍ନ

1 min
200

ସ୍ଵାମୀଙ୍କ ପଥ ଅନୁସରଣ କରି 

ପତ୍ନୀ ଧର୍ମର ମର୍ଯ୍ୟାଦାକୁ 

ରକ୍ଷା କରିବା ପାଇଁ ଚଉଦ ବର୍ଷ ବନବାସ  

 ତଥାପି ମୋତେ 

ସତୀତ୍ଵର ଅଗ୍ନି ପରୀକ୍ଷାରୁ ବଞ୍ଚିତ କରି 

ପାରିଲା ନାହିଁ। 

ରାବଣ ଦ୍ଵାରା ଅପହରଣ ଭାଗ୍ୟର ବିଡ଼ମ୍ବନା 

ନିଶ୍ଚିନ୍ତ .......

କିନ୍ତୁ ଅସତୀ ହେବାର ଅପବାଦ ଗଣ୍ଠି ବାନ୍ଧିଲା 

ଦୋଷ କଣ ମୋର ନିଜସ୍ଵ ଥିଲା...?


ପଞ୍ଚ ଧାରାର ସ୍ରୋତରେ ଗର୍ଭ ଧାରଣ କରି 

 କଳୁଷିତ ହେବାର ଆଶଙ୍କାରେ 

ଋଷିଙ୍କ ବନବାସୀ ଆଶ୍ରମରେ ଛାଡି ଦେଇଗଲେ 

ଅବହେଳିତ  ଅସହାୟ ଏକାକୀ.....ଏ କଣ

ତାଙ୍କ ପୁରୁଷତ୍ୱର ଅପବାଦ ନ ଥିଲା....


 ଜନ୍ମିତ ପୁତ୍ର ତାଙ୍କ ଔରସରୁ ସେ କଣ ଜାଣିନଥିଲେ

ହେଲେ ଅସତୀ ହେବାର ଅପବାଦ ଏକୁଟିଆ ମୋ ପାଇଁ କାହିଁକି..? 

ମୋର ରକ୍ଷା କଣ ତାଙ୍କର ଧର୍ମ ନ ଥିଲା ?

ଦୋଷ କଣ ମୋ ନିଜସ୍ଵ ଥିଲା....?


ଏମିତି ହଜାରେ ପ୍ରଶ୍ନଚିହ୍ନ ଭିତରେ କେତେ ଯେ ନାରୀ 

ଧରିତ୍ରୀ ମାତାର ଗର୍ଭରେ ବିଲୀନ ହୋଇଥିବେ  

ଅକଳନୀୟ ଅଭାବନୀୟ ପରିସ୍ଥିତିରେ  

ଏକ ଆଉ ଅନେକ ନାରୀ 

କିନ୍ତୁ ପ୍ରଶ୍ନଚିହ୍ନ ଆଜି ବି ଜୀବନ୍ତ 

ସେଇ ଚିରନ୍ତନୀ ଆତ୍ମାଗୁଡିକର ଓ ସମୟର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational