ତୁମେ
ତୁମେ
ତୁମେ ପଚାରୁ ଥିଲ, ମୋ ବିଷୟରେ
ସ୍ୱପ୍ନ ରେ ନା ସତ ରେ
ମଳୟ ପଣତ ଧରି ଭାସି ଆସି
ପଚାରିଲ ମୋ କଥା, ମୋ ବ୍ୟଥା
ଦୀର୍ଘ ବର୍ଷ ର ବ୍ୟବଧାନ ପରେ...
ଜୀବନ ଓ ପୌଢତା ର ସିଡି ଉପରେ ଚଢି
କେତେ ଯେ ରୁତୁ ର ଅଦିନିଆ ଫଗୁଣ
ଶ୍ରୀବଣୀ ଓ ପତ୍ର ଝଡା ରେ ଝଡ଼ି ଗଲାଣି।
ପ୍ରେମ ପ୍ରଣୟ ର ରାତି, ଅହେତୁକ ସ୍ୱପ୍ନ
ଆଉ ଚଇତି ଜହ୍ନ ର ଆଲିଙ୍ଗନ ସବୁ
ଉଜାଗର ଛାୟା ର ଗଳିତ ଶବ୍ଦ ହୋଇଗଲେଣି।
ଯୌବନ ର ସିନ୍ଦୁରିଆ ଲାଲି, କଥାକୁହା ଆଖି,
ଲାଳାୟିତ ଓଠର ରଙ୍ଗ, କୁଞ୍ଚିତ ଚର୍ମ ର ମଙ୍ଗ
ଧରିଲାଣି ।
ଆଉ ତୁମେ ଆଜି ପଚାରୁଚ '.....
ହସ ଲାଗେ ତୁମ କଥା ଶୁଣି.....
ମୋ ପ୍ରେମ ର ତମ ପାଇଁ ଦିବା ରାତ୍ରି ର
ଅଦେଖା ତାରା.....
ସୂର୍ଯ୍ୟ ଅସ୍ତ ର ତିରିଛି କିରଣ ଶ୍ରୁତି କୁ
ଧୂଆଁଳିଆ କରିବାରେ ଲାଗିଛନ୍ତି,
ଆଜି ପୌଢତା ର କାନ୍ଧ ରେ ହାତ ରଖି
ମୁଁ ପଚାରୁଚି ତୁମ କଥା ଓ ତୁମ ବ୍ୟଥା.....

