ଶାଳଭଞ୍ଜିକା
ଶାଳଭଞ୍ଜିକା
ତୁମ ଅଳନ୍ଦି ରୁ ଝରୁଥିବା
ପଞ୍ଚ ମୁଦ୍ରା ର ସ୍ୱର, ମୋ ହାତ ର
ନିହାଣ ମୁନ କୁ ତ୍ୱରାନ୍ୱିତ କରୁଥିଲା ।
ସଂସାର ର ସର୍ବଶ୍ରେଷ୍ଠ ନାରୀ କୁ
ତୁମ ଅନାମିକା ରୁ ତୁମ ଅସ୍ତିତ୍ୱ ପର୍ଯ୍ୟନ୍ତ
ଖୋଜୁଥିଲି ନିରନ୍ତର ।
ପରିଶେଷରେ, ଶ୍ରାବଣୀ ର ମାଦକତା ରେ
ଦୁହେଁ ଭିଜୁ ଥିଲେ , ମୋ ଶରୀରର ଉଷ୍ମତା ରେ
ତୁମେ ଥିଲ ସ୍ଥିର, ସ୍ତବ୍ଧ ଓ ଶିଳା ସମ ।
ଦୀର୍ଘ ବର୍ଷ ପରିବର୍ତ୍ତନଶିଳ ରୁତୁ ମାନଙ୍କରେ
ପ୍ରଭାବିତ ନିହାଣ, ଗଢି ତୋଳିଲା ତୁମ ଗର୍ଭ
ବେଦନା ର ରୂପାୟିତ ଶାଳଭଞ୍ଜିକା,
ପଞ୍ଚମ ମୁଦ୍ରା ର ଭଙ୍ଗି ରେ ଟାଣି ଧରିଥିଲ
ସାମାଜ ର ଅସାମାଜିକତା କୁ, ଆଉ ପ୍ରେକ୍ଷାଳୟର
ଅପେକ୍ଷା ରତ ବୁଢିଆଣୀ ଜାଲ ରେ ଲୁଚାଇ ରଖିଥିଲ
ତୁମ ଅନ୍ତର୍ନିହିତ ଧୂଳି ଧୂସରିତ ଆଲିଙ୍ଗନ ଓ ବେଦନାର
ଦସ୍ତାବିଜଗୁଡ଼ି କୁ।
