Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶୁଣ ସୁଜନେ କୃଷ୍ଣ କଥା

ଶୁଣ ସୁଜନେ କୃଷ୍ଣ କଥା

1 min
8


  

ଶୁଣ ସୁଜନେ କୃଷ୍ଣ କଥା l

     ଖଣ୍ଡିବ ଭବ ଭୟ ବ୍ୟଥା ll

ମନୁଷ୍ୟ ଦେହେ ଅବତାର l

     ଖଣ୍ଡିଲେ ଅବନୀର ଭାର ll

ଦେବକୀ ଦେବୀଙ୍କ ଉଦରେ l

    ଜନ୍ମିଲେ କଂସ କରାଗାରେ ll

କୃଷ୍ଣଙ୍କୁ ବସୁଦେବ ନେଇ l 

    କନ୍ୟା ଆଣିଲେ ପାଲଟାଇ ll

ଅଗ୍ରଜ ତାଙ୍କ ବଳରାମ l

    ରୋହିଣୀ ଉଦରେ ଜନମ ll

ଗୋପରେ ରାମ କୃଷ୍ଣ ଦୁଇ l

     ବଢ଼ନ୍ତି ପୂର୍ଣ୍ଣ ଶଶି ହୋଇ ll

ନନ୍ଦ ଯଶୋଦା ସୁଖେ ପାଳି l

     କ୍ରୀଡ଼ନ୍ତି ରାମ ବନମାଳୀ ll

ବ୍ରଜ ବାଳକେ କ୍ରୀଡ଼ା କରି l

      ମାଇଲେ ଅସୁର ଅସୁରି ll

ଇନ୍ଦ୍ର ବିବାଦେ ସପ୍ତ ବର୍ଷେ l

    ଗିରି ଟେକିଲେ କୃଷ୍ଣ ହର୍ଷେ ll

କାଳୀୟ ଦଳନ ହୋଇଲା l

    ବନେ ରଚିଲେ ରାସଲୀଳା ll

ଏମନ୍ତେ କରି ଗୋପଲୀଳା l

     ଅକ୍ରୁର ଆସି ଘେନିଗଲା ll

ମଥୁରା ଦାଣ୍ଡେ ରାମ ହରି l

    କୁବୁଜା ହୋଇଲା ସୁନ୍ଦରୀ ll

ମଞ୍ଚାରୁ ପଡ଼ି ମାମୁଁ ମଲା l

    ଅବନୀ ଉଶ୍ୱାସ ହୋଇଲା ll

ସାନ୍ଦୀପନିଙ୍କ ଗୃହେ ଯାଇ l

   ବିଦ୍ୟା ସାଧିଲେ ବେନି ଭାଇ ll

ଗୁରୁପୁତ୍ରଙ୍କୁ ଉଦ୍ଧାରିଣ l

     ଶଙ୍ଖ ଆଣିଲେ ପାଞ୍ଚଜନ୍ୟ ll

ଜରାସନ୍ଧର ଭୟେ ପୁଣି l

      ଦ୍ଵାରକା ପୁରକୁ ନିର୍ମାଣି ll

ସୁଖବା ପ୍ରଭୁଙ୍କର କାହିଁ l

     ପୁଣି ଭାରତ ଯୁଦ୍ଧ ହୋଇ ll

ପାର୍ଥକୁ ଦେଲେ ଗୀତା ଜ୍ଞାନ l

     ଯୁଧିଷ୍ଠି ହୋଇଲେ ରାଜନ ll

ଶ୍ରୀଭାଗବତ ଜ୍ଞାନ ଦେଲେ l

      ଉଦ୍ଧବ ବଦ୍ରିକା ଚଳିଲେ ll

ଧ୍ଵଂସ ହୋଇଲେ ଯଦୁବଂଶ l

    ଜଳେ ଦ୍ୱାରକା ଗଲା ନାଶ ll

ସ୍ୱଧାମେ ଗଲେ ହରି ହଳୀ l

      ଆସିଲା ଅବତରି କଳି ll

କଳିରେ କୃଷ୍ଣ ନାମ ସାର l

      ନରକ ନିସ୍ତାରଣ ଦ୍ଵାର ll

ଅଶେଷ ତାଙ୍କ କଥାମାନ l

      ମୁଁ କାହୁଁ କହିବି ଅଜ୍ଞାନ ll

ସେ ହରି ଅବ୍ୟକ୍ତ ଅନନ୍ତ l

      କଥାହିଁ ତାହାଙ୍କ ଅନନ୍ତ ll

କିଞ୍ଚିତେ କହିଲି ବୁଝାଇ l

    ଦୟା ବହିଲେ ଭାବଗ୍ରାହୀ ll

ସେ ପ୍ରଭୁ ପଙ୍କଜ ପୟରେ l

    ମନ ମୋ ଥାଉ ନିରନ୍ତରେ ll

      


Rate this content
Log in

Similar oriya poem from Inspirational