STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଭୟ କର ନାହିଁ

ଭୟ କର ନାହିଁ

1 min
16


ଜୀବନ ରେ କେବେ ଭୟ କରିବା ନାହିଁ

ଈଶ୍ୱର ସାହା ହେବେ ଆମରି ପାଇଁ

ଜୀବନ ରେ କେବେ ହାରି ଯିବା ନାହିଁ

ଜିତିବା ହାରିବା ଏଇ ତ ଜୀବନ ଭାଇ

କେବେ କାହା ପାଇଁ ବିଚଳିତ ହୁଅ ନାହିଁ

ମିଛ ଦୁନିଆ ରେ କେହି କାହାର ନାହିଁ

ଅଗ୍ନି ପଥ ରେ ବି ମାଡି ଯିବା ସବୁ ବେଳେ

ଈଶ୍ୱର ନାମ ନେଇ ଯିବା ସଂଜ ସକାଳେ

ଫୁଲ କୁ ପାଇବାକୁ କଣ୍ଟା ବି ହାତରେ ବାଜିବ

ଅପେକ୍ଷା କରି ଚାଲ ସବୁ ସମୟ ଆସିଲେ ମିଳିବ

କେବେ କାହା କଥା ରେ ଭାଙ୍ଗି ପଡ ନାହିଁ

ଯିଏ ଯାହା କହୁ କେବେ ଭୟ କର କାହିଁ

ଜୀବନ ପଥେ କେତେ ପରୀକ୍ଷା ଦେବାକୁ ହେବ

ଈଶ୍ୱର ସବୁ କରିବେ ତୁମେ ତ ମାଧ୍ୟମ ହେବ

ଈଶ୍ୱର ସଦା ସାହା ଭରସା ହେବେ ପାଖେ ପାଖେ

ଆଗେଇ ଚାଲ ଲକ୍ଷ୍ୟ ପଥକୁ ତୁମ ସୁଖ ଦୁଃଖେ ।



Rate this content
Log in

Similar oriya poem from Inspirational