STORYMIRROR

Dharitri Das

Inspirational

4  

Dharitri Das

Inspirational

ରଙ୍ଗୀନ ଫଗୁଣ

ରଙ୍ଗୀନ ଫଗୁଣ

1 min
17


ସବୁଜିମା ଧରି ଆସିଛି ଫଗୁଣ

   ମନେ ଭରି ମାଦକତା 

ନିମ୍ବ କଅଁଳିଛି ଆମ୍ବ ବଉଳିଛି

   ସୁନ୍ଦର ମୋ ବନ ଲତା।

ସକାଳୁ ସକାଳୁ କୋଇଲି ରାବୁଛି

   କୁହୁ କୁହୁ ରାବ ଦେଇ

ଡାକରେ ତାହାର ଛାତି ଥରିଯାଏ

    ନିଦକୁ ଦିଏ ହଜାଇ।

ଅଗଣାରେ ମୋର ଫୁଟିଅଛି ଦେଖ

   ଜୁଇ ଜାଇ ହେନା ମଲ୍ଲି

ଗୋଲାପ ମନ୍ଦାର ଟଗର ମାଳତୀ

   ନାଚୁଛନ୍ତି ଝୁଲି ଝୁଲି।

ରଙ୍ଗ ବେରଙ୍ଗର ପରଜାପତିଙ୍କ

   ସହିତ ଭ୍ରମର ବର

ଫୁଲରୁ ଫୁଲକୁ ଉଡ଼ି ବୁଲୁଛନ୍ତି

   କରି ଗୁଣୁ ଗୁଣୁ ସ୍ୱର।

ଧୀର ଧୀର ହୋଇ ମଳୟ ପବନ

    ବହୁଅଛି ବସୁଦ୍ଧାରେ

ପନି ପରିବାରେ ପୂରିଅଛି କ୍ଷେତ

    ହସେ ସତେ ଫଗୁଣରେ।

ଆସିଛି ଫଗୁଣ ହସୁଛି ଧରଣୀ

    ଗୋପଦାଣ୍ଡ ଦୁଲୁକାଇ

ନାଚନ୍ତି ଖେଳନ୍ତି ଗୋପ ବାଳକ ଯେ

   ରଙ୍ଗ ବୋଳା ବୋଳି ହୋଇ।

ଫଗୁ ପୂର୍ଣ୍ଣିମାରେ ରଙ୍ଗ ଖେଳ ହେବ

   ରଙ୍ଗ ପିଚକାରୀ ଧରି

ଓଗାଳ ଗାଇବେ ଗୋପାଳ ବାଳକ

    ଖୁସି ହେବେ ଗିରିଧାରୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational