Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଚଞ୍ଚଳୀ ଚଞ୍ଚଳା

ଚଞ୍ଚଳୀ ଚଞ୍ଚଳା

1 min
9


K

ମନ କରିଛନ୍ତି ମାନିନୀ କମଳା

  ପଖାଳ ଦିବସେ ଆଜ l

ପଖାଳ ଖିଆଙ୍କୁ ପଖାଳ ଭୁଞ୍ଜାଇ

   ମନାଇବେ ମନସିଜ ll

ଟଙ୍କ ତୋରାଣିରେ ରଙ୍କ ଛଡ଼ାଇବେ

   ପ୍ରଭୁ ନୀଳାଦ୍ରି ବିହାରୀ l

ଗୁଜରାତି ବାସ ଲବଙ୍ଗ ସୁବାସ

   ବାସ ଥିବ ଜାଇତିରି ll

ସଜ ଟଭା ପୁଣି ଆମ୍ବିଳ ପଖାଳ

    ଛଅ ତୁଣ ନଅ ଭଜା l

ପ୍ରଭୁ ସେବାକରି ମାରିବେ ହେଉଡ଼ି 

    ମୁଖବାସ ଥିବ ଖଞ୍ଜା ll

ଚଞ୍ଚଳୀ ଚଞ୍ଚଳା ଚଞ୍ଚଳ ହୋଇଲେ

   ସେବକଙ୍କୁ ଆଜ୍ଞା କରି l

ସୁଭଦ୍ରା ହସନ୍ତି ରତ୍ନ ସିଂହାସନେ

    ଦାନ୍ତ ଚିପି କିରି କିରି ll

ପ୍ରଭୁ ଲୀଳାମୟ ପୁଚ୍ଛନ୍ତି କମଳେ 

    ତରବର ଆଜ କିଆଁ l

ପଖାଳ ଦିବସ ଆଜ କି ନ ଜାଣ

  ତୁମ୍ଭେ ତ ବଡ଼ ଓଡ଼ିଆ ll

ଜୟ ଜଗନ୍ନାଥ ଜଗତ ଜୀବନ

    ଭକତ ବତ୍ସଳ ହରି l

ଜୟ କ୍ଷୀରସିନ୍ଧୁ ଜେମା ଜୀବବନ୍ଧୁ 

  କମଳା ଯା ସେବାକାରୀ ll

  


Rate this content
Log in

Similar oriya poem from Inspirational