STORYMIRROR

Binodini Dash

Inspirational

4  

Binodini Dash

Inspirational

ହୋଲିରେ ହୋଲି

ହୋଲିରେ ହୋଲି

1 min
10


ହୋଲିରେ ହୋଲି ହୋଲିରେ ହୋଲି

ଆସିଛି ରଙ୍ଗ ପସରା ମେଲି

ଭେଦଭାବ ଭୁଲି ଭାଇଚାରା ବୁଣି

ସମ୍ପର୍କ କ୍ଷେତରେ ସଭିଏଁ ମିଳି

ଖେଳରେ ମାତିବା ନାଚିବା ଗାଇବା

ରଙ୍ଗେଇ ହୋଇବା ମନକୁ ଖୋଲି ।


ଗାଆଁ ଦାଣ୍ଡ ସତେ ଲାଗେ ଗୋପଦାଣ୍ଡ

ହୃଦେ ରାଧାକୃଷ୍ଣ ଭାବ

ଗୋପର ଗୁଆଳି ହୋଇଛେ କି ମେଳି

ପ୍ରେମସୁଧା ଅନୁଭବ

ଫେରିଛି ସେଦିନ ଆଜି ଆମ ପାଇଁ

ଯେତେ ଭାବରସ ହେବାରେ ବୋଳି ।


ଶ୍ରୀରାଧାଗୋବିନ୍ଦ ବସି ବିମାନରେ

ଚଳି ଯିବେ ଝୁଲିଝୁଲି

ଗୋପାଳ ତନୟେ ମାତି ବାଡ଼ି ଖେଳେ

ନାଚୁଥିବେ ଢଳିଢଳି

ଭକତ ନୟନ ହୋଇବ ପାବନ

ଶ୍ରୀରାଧାମାଧବ ପ୍ରେମକୁ ଭାଳି ।


ସର୍ବେ ଏକାକାର ବର୍ଣ୍ଣର ବିଚାର

ନଥିବ ମନେ କାହାରି

ହୋଲି ରଙ୍ଗ ସାଥେ ପ୍ରୀତି-ରଙ୍ଗେ ଭିଜି

ହୃଦ ଯାଉଥିବ ପୂରି

ଏ ହୋଲି ପରବ ସମ୍ପର୍କେ ବିଭବ

କେତେ ସତେ ଦେଉଥିବରେ ତୋଳି !




Rate this content
Log in

Similar oriya poem from Inspirational