Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବେଣୁ କେ ଦେଲା ତୋତେ

ବେଣୁ କେ ଦେଲା ତୋତେ

1 min
5



କୃଷ୍ଣ ହେ ବେଣୁ କେ ଦେଲା ତୋତେ,

  ରାଧା ରାଧା ଡାକୁଥାଇ ନିଶିଥେ,

କୃଷ୍ଣ ହେ ବେଣୁ କେ ଦେଲା ତୋତେ l


  ଯମୁନାର ପାଣି ବହେ ଉଜାଣି,

ବାୟାଣୀ ହୋଇଲେ ଗୋପ ତରୁଣୀ,

  କୂଳ ମାନ ତେଜି ଧାଇଁ ସମସ୍ତେ,

କୃଷ୍ଣ ହେ ବେଣୁ କେ ଦେଲା ତୋତେ l


ଥକିତ ହୋଇଲେ କୁରଙ୍ଗୀ, କେକା,

  କାକ ପିକ ଶୁକ ହଂସ ଶାରିକା,

  ତେଣୁ ବେଣୁ ମୁଁ ନଯାଇ ପରତେ,

କୃଷ୍ଣ ହେ ବେଣୁ କେ ଦେଲା ତୋତେ l


   କୂଳଛଡ଼ା ବେଣୁ କୂଳ ଛଡ଼ାଇ,

  ବୃନ୍ଦାବନେ ଗଲୁ ଧେନୁ ଚରାଇ,

କୂଳଟା ହୋଇଲେ ଗୋପୀ ସମସ୍ତେ,

କୃଷ୍ଣ ହେ ବେଣୁ କେ ଦେଲା ତୋତେ l


  ତ୍ରିଭଙ୍ଗୀ ଠାଣିରେ ବେଣୁ ବଜାଇ, 

  ଜାତି କୁଳ ମାନ ଦେଲୁ ହଯାଇ,

  ଭସାଇ ଦେବି କି ଯମୁନା ସ୍ରୋତେ,

କୃଷ୍ଣ ହେ ବେଣୁ କେ ଦେଲା ତୋତେ l


   ଲଣ୍ଡ ଭଣ୍ଡ କଲୁ ଗୋପ ଦାଣ୍ଡକୁ,

   ଖଣ୍ଡ ଖଣ୍ଡ କଲୁ ଦଧି ଭାଣ୍ଡକୁ,

 ଗୋପୀ ନ ଯିବେ କି ମଥୁରା ହାଟେ,

କୃଷ୍ଣ ହେ ବେଣୁ କେ ଦେଲା ତୋତେ l


  ନମଃ ନମଃ କୃଷ୍ଣ କେଶି କଂସାରୀ,

ବେଣୁ ସିନା ହେଲା ଗୋପୀ ବଇରୀ,

  ନମଃ ବେଣୁପାଣି ତାରିବୁ ମୋତେ,

କୃଷ୍ଣ ହେ ବେଣୁ କେ ଦେଲା ତୋତେ l


   


Rate this content
Log in

Similar oriya poem from Inspirational