Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ତୁମ ପାଇଁ ଆମେ ଗର୍ବିତ

ତୁମ ପାଇଁ ଆମେ ଗର୍ବିତ

1 min
8


ତୁମ ପାଇଁ ଆମେ ଗର୍ବିତ ହେ ଦେବୀ

ତୁମେ ଅଟ ମହିୟସୀ

ସାଧାରଣ ତୁମ ଜୀବନ ଚର୍ଯା ହେ

ତୁମେ ଅଟ ଗରିୟସୀ ।


ପ୍ରକୃତି କୋଳରେ ଶୁଭ ସମୟରେ

ମୟୁରଭଞ୍ଜ ରେ ଜନ୍ମ

ଆଦିବାସୀ ଙ୍କର ମଉଡ଼ ମଣି ହେ

ଓଡ଼ିଆ କରେ ପୂଜନ ।


ପିତା ମାତା ନାମ ଦେଇଥିଲେ ତୁମ

ବାଛି ବାଛି ଯେ ଦୌପଦୀ

ଦୌପଦୀଙ୍କ ଭଳି ସହିଅଛ କଷ୍ଟ

ଭୁଲିନ ନିଜର ସ୍ଥିତି ।


ସଂଘର୍ଷ ମଧ୍ୟରେ ଶିକ୍ଷା ଆହରଣ

ଦେଖାଏ ସଭିଙ୍କୁ ଦିଶା

ସୁଦୂର ଜଙ୍ଗଲୁ ଯାତ୍ରା ଯେ ଆରମ୍ଭ

ସ୍ନାତକ ଡିଗ୍ରୀ ର ନିଶା ।


ଶିକ୍ଷକ ଜୀବନ ଆରମ୍ଭ କରିଛ

ଶିକ୍ଷା ଅଗ୍ରଗତି ପାଇଁ

ତୁମ ଯାତ୍ରା ପଥ ଖାଲ ଖମା ଡେଇଁ

ହୋଇଛ ତୁମେ ବିଜୟୀ ।


ପିତା ମାତାଙ୍କର ବିୟୋଗ ସହିଛ

ବିପତ୍ତି ଛାଡ଼ିନି ପିଛା

ସ୍ୱାମୀ, ଦୁଇ ପୁତ୍ର ହରାଇଛ ଦେବୀ

ହୋଇନାହଁ କିନ୍ତୁ ମୂର୍ଚ୍ଛା ।


ସଂଗ୍ରାମୀ ସାଜିଛ ସଂଘର୍ଷ କରିଛ

ଜୀବନ ଗୀତା ଲେଖିଛ

ତୁମ ଜୀବନର ପ୍ରତିଟି ପୃଷ୍ଠାରେ

ଜୀଇଁବା ତତ୍ତ୍ଵ ଭରିଛ ।


ମହାଭାରତର ଦ୍ରୌପଦୀ ନ ହୋଇ

ଜୀବନ ଯୁଦ୍ଧେ ଲଢିଛ

ରାଜନୀତି କ୍ଷେତ୍ର ମଣ୍ଡନ କରି ବି

ସଫଳ ତୁମେ ହୋଇଛ ।


ଗଭର୍ଣ୍ଣର ପଦ ସମ୍ଭାଳିଛ ତୁମେ

ମଣିଷ ମନ ଚିହ୍ନିଛ

ଆଧ୍ୟାତ୍ମବାଦକୁ ନିଜର କରିଛ

ମାନବତା ନ ଭୁଲିଛ |


ଗୀତା ଜ୍ଞାନ ଖାଲି ଅର୍ଜନ କରିନ

ତର୍ଜମା ମଧ୍ୟ କରିଛ

ଜୀବନର ପ୍ରତି ପାହାଚରେ ତାକୁ

ଆହରଣ ବି କରିଛ ।


ତୁମ ଜୀବନର ସଦ୍ଗୁଣ ମହକେ

ଜଗତ ମହକାଇଛ

ତୁମ ଜୀବନର ଅନୁଭବ ବାଣ୍ଟି

ଜୀଇଁବା କଳା କହିଛ ।


ସଦ୍ଗୁଣରେ ଭରା ଜୀବନ ତୁମର

ନମନୀୟ ତୁମ କାନ୍ତି

ତୁମେ ଏ ଜାତିର ନାରୀ ରତ୍ନ ପରା

ଦେଖିଲେ ଲାଗଇ ଶାନ୍ତି ।


ତୁମ ଜୀବନର ସଂଘର୍ଷ ର ଗାଥା

ଦିଏ ବିଜୟ ବାରତା

ଦୁର୍ଗମ ପଥ ର ଅତିକ୍ରମ ପରେ

ହୋଇଛ ଜଗତ ଜିତା ।


ତୁମେ ଏ ଦେଶର ମହାମହିମ ହେ

ରାଷ୍ଟ୍ରପତି ମହାମାନ୍ୟ

ଓଡ଼ିଶା ମାଟି ଯେ ଗର୍ବିତ ଆଜି

ନିଜକୁ ମଣଇ ଧନ୍ୟ ।


ଗର୍ବିତ ଆଜି ଏଇ ଜନଜାତି

ଗର୍ବିତ ଓଡ଼ିଶା ବାସୀ

ଗର୍ବିତ ସବୁ ନାରୀ ଜାତି ଆଜି

ତୁମରି ମହକେ ଭାସି ।


ଜୀବନ ଯୁଦ୍ଧରେ ତୁମେ ହେ ଅର୍ଜୁନ

ନାମ ତୁମର ଦୌପଦୀ

ଦୂରରୁ ପ୍ରଣମେ ଆହେ ମହାମାନ୍ୟ

ତୁମେ ଜୀବନ ଚୌପଦୀ ।

 



Rate this content
Log in

Similar oriya poem from Inspirational