STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ମୁଁ ଅପରାଜିତା

ମୁଁ ଅପରାଜିତା

1 min
20

ମୁଁ ଅଟେ ଅପରାଜିତା

ମୋ ଚାରିପଟେ ମୋତେ

କ୍ଷତାକ୍ତ କରିବାର 

ବହୁମୁଖୀ ବ୍ୟକ୍ତି ମାନଙ୍କର ଭିଡ଼

କିଏ ମୋ ଦେହକୁ ନେଇ

ଖେଳିବାରେ ବ୍ରତୀ ତ

କିଏ ମୋର ମନକୁ ନେଇ

କରୁଛି ବିଷର ପ୍ରୟୋଗ ।

ହେଲେ ମୁଁ ଅପରାଜିତା

ନିଜକୁ ଗଢ଼ିବି ନିଜେ

କ୍ଷତାକ୍ତ ହୋଇବି ନାହିଁ

ହେବିନି ମୁଁ ତ୍ରସ୍ତ

ଶକ୍ତିର ଆଧାର ହୋଇ

ହେବି ମୁହିଁ ଶକ୍ତି ସ୍ୱରୂପିଣୀ

ପ୍ରେମ ର ଅମୃତେ ମୁହିଁ

ହେବି ଜ୍ଵାଳା ମୁକ୍ତ ।


ମୁଁ ଅଟେ ଅପରାଜିତା

ମୋ ଚାରିପଟେ ଅବୁଝାମଣା

ଆଉ

କୃତଘ୍ନତା ର ସ୍ଵର ମାନଙ୍କର ଭିଡ

ମୋ ଚାରିପଟେ ନକାରାତ୍ମକତାର

ପ୍ରଚଣ୍ଡ ଧ୍ବନୀ

ହେଲେ 

ମୁଁ ଅପରାଜିତା

କୃତଘ୍ନତା ମଧ୍ୟରେ ଢାଳିଯିବି

କୃତଜ୍ଞତାର ଅମୃତ

ନାକାରତ୍ମକତା ର ଅନ୍ଧକାରେ ଜଳାଇବି

ସକାରାତ୍ମକତାର ଦୀପ ।


ମୁଁ ଅଟେ ଅପରାଜିତା

ଭୁଲିବିନି ଜୀବନର ଲକ୍ଷ୍ୟ

ଏ ଜନମେ କରିବି ମୁଁ

ଜୀବନ ସାର୍ଥକ

ନା ମୋକ୍ଷ ପାଇଁ 

ନା ମୁକ୍ତି ପାଇଁ

ହେବି ମୁଁ ପ୍ରୟାସୀ

କେବଳ ହିଁ କେବଳ ମୁଁ

ସାଉଁଟିବି ସନ୍ତୋଷ ଚନ୍ଦନ

ଯିଏ ମନେ ଭରିଦେବ

ପବିତ୍ର ଭାବନା

ଯାହା ପାଇଁ  

ମୋ ହୃଦୟ ହୋଇଯିବ

ଶାନ୍ତିର ମନ୍ଦିର |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational