Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମୂରଲୀପାଣି ହେ ମୂରଲୀପାଣି

ମୂରଲୀପାଣି ହେ ମୂରଲୀପାଣି

1 min
6



ମୂରଲୀପାଣି ହେ ମୂରଲୀପାଣି l

     ସୁମୁଖି ସୁଭଦ୍ରା ତୁମ୍ଭ ଭଉଣୀ ll

କଳା କଳେବର ଗୁଣ୍ଠୁଣି ହାତୀ l

     ମଥୁରା ରାଟଙ୍କ ଅଟୁ ତୁ ନାତି ll

ଦଇବକୀ କେତେ ତପ ଆଚରି l

    ପୁତ୍ର ଥିଲେ ପରା ଗରଭେ ଧରି ll

ବସୁଦେବ ନେଲା ମୁଣ୍ଡେ ମୁଣ୍ଡାଇ l

   ପଥେ ପଡ଼େ ଭରା ଯମୁନା ନଈ ll

ନନ୍ଦ ରାଜା ଘରେ ବରଜ ପୂରେ l

   ଲୁଚାଇଲା ନେଇ କଂସ ଡରରେ ll

ଯଶୋଦା ମାଆଙ୍କ ନୟନ ମଣି l

   ପ୍ରୀତି ବଢ଼ାଇଲୁ ଗୋପ ତରୁଣୀ ll

ବରଜ ସୁନ୍ଦର ହେ ଗୋପୀନାଥ l

   ବରଜ କାମିନୀ ହେଲେ ଅନାଥ ll

କୁବୁଜା ଉଦ୍ଧାରି ମଥୁରା ଯାଇ l

    ମଞ୍ଚାରୁ ମାରିଲୁ ମାମୁଁ ଗଡ଼ାଇ ll

ସାଗରେ ରଚିଲୁ ଦ୍ୱାରକା ପୁରୀ l

   ଅଷ୍ଟନାରୀ କଲୁ ଦାସୀ ତୋହରି ll

ଭାରତ ଯୁଦ୍ଧରେ ଅର୍ଜୁନ ରଥୀ l

  ଯୋଗେଶ୍ଵର ହେଲୁ ପାର୍ଥସାରଥୀ ll

ଗୀତାଜ୍ଞାନେ ଅର୍ଜୁନ ମନ ମୋହି l

    ଅନ୍ଧ ନନ୍ଦନେ ମାରିଲୁ ଗଡ଼ାଇ ll

ଭାଗବତ ଜ୍ଞାନେ ମୋହି ଉଦ୍ଧବ l

    ମରତ ଛାଡ଼ିଲୁ ରାଧା ମାଧବ ll

ମୂରଲୀପାଣି ହେ ମୂରଲୀପାଣି l

 କେତେଗଣି କହିବି ତୋ କାହାଣୀ ll

ଭାଇ ତୁମ୍ଭ ହଳି ଶ୍ରୀବଳରାମ l

  ଚରଣେ ତାଙ୍କର କୋଟି ପ୍ରଣାମ ll

ଜଗତର ଗୁରୁ କଳପ ତରୁ l

    ପାରି କରିବୁକି ଭବ ସାଗରୁ ll

   


Rate this content
Log in

Similar oriya poem from Inspirational