ଏକା ଏକା ଚାଲିବାରେ
ଏକା ଏକା ଚାଲିବାରେ
ଏକା ଏକା ଚାଲିବାରେ
ଅଛି କେଉଁ ସୁଖ
ନିଜ ଦୁଃଖ ଆପଣେଇ
ବଞ୍ଚିବାକୁ ଶିଖ
କିଏ ବା ପଢ଼ୁ ନ ପଢୁ
ଭାଷା ହୃଦୟର
ନୀରବରେ ଲେଖିଯାଅ
କାହାଣୀ ତୋହର
କେତେ ହାରିଲୁ ଜିତିଲୁ
ସ୍ୱର୍ଗ ପାରିଜାତ
ପାଇବାକୁ ବଢାଇଲୁ
କେବେ ପୁଣି ହାତ
ଏଇ ମନ ବନାନୀ ରେ
ଲାଗି ଗଲେ ନିଆଁ
ଶ୍ରାବଣ ରେ ଜଳୁ ଥାଏ
ଲିଭେ ନାହିଁ ଆହା
ଆହା ପଦେ କହିବାକୁ
ପିଠି ଥାପୁଡ଼େଇ
କହିବେନି କେହି ତୋତେ
ସଂସାର ତ ଏହି
ନିଜ ଲୁହ ନିଜେ ପିଇ
ଚାଲିବାକୁ ହୁଏ
ପଥ ଆଉ କେତେ ବାକି
କହିବ ବା କିଏ
ତଥାପି ମଣିଷ ଆଜି
ଖୋଜୁ ଅଛି ସାଥି
ସାଥି ବିନା ଦୁନିଆକୁ
ପାରିବକି ଜିତି ?
