STORYMIRROR

Pravatirani Mohanty

Tragedy

4  

Pravatirani Mohanty

Tragedy

ଏକା ଏକା ଚାଲିବାରେ

ଏକା ଏକା ଚାଲିବାରେ

1 min
230


ଏକା ଏକା ଚାଲିବାରେ

   ଅଛି କେଉଁ ସୁଖ

ନିଜ ଦୁଃଖ ଆପଣେଇ

 ବଞ୍ଚିବାକୁ ଶିଖ

କିଏ ବା ପଢ଼ୁ ନ ପଢୁ

 ଭାଷା ହୃଦୟର

ନୀରବରେ ଲେଖିଯାଅ

  କାହାଣୀ ତୋହର

କେତେ ହାରିଲୁ ଜିତିଲୁ

 ସ୍ୱର୍ଗ ପାରିଜାତ

ପାଇବାକୁ ବଢାଇଲୁ

 କେବେ ପୁଣି ହାତ

ଏଇ ମନ ବନାନୀ ରେ

 ଲାଗି ଗଲେ ନିଆଁ

ଶ୍ରାବଣ ରେ ଜଳୁ ଥାଏ

 ଲିଭେ ନାହିଁ ଆହା

ଆହା ପଦେ କହିବାକୁ

 ପିଠି ଥାପୁଡ଼େଇ

କହିବେନି କେହି ତୋତେ

 ସଂସାର ତ ଏହି

ନିଜ ଲୁହ ନିଜେ ପିଇ 

ଚାଲିବାକୁ ହୁଏ

ପଥ ଆଉ କେତେ ବାକି

  କହିବ ବା କିଏ

ତଥାପି ମଣିଷ ଆଜି

ଖୋଜୁ ଅଛି ସାଥି

ସାଥି ବିନା ଦୁନିଆକୁ

ପାରିବକି ଜିତି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy