Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational

4  

Bharatabandhu Biswal

Tragedy Inspirational

ଭଗବାନ ତୁମେ ଇସ୍ତଫା ଦିଅ

ଭଗବାନ ତୁମେ ଇସ୍ତଫା ଦିଅ

1 min
331



ଭାବୁଅଛି ମୂର୍ଖ ଅଜ୍ଞାନୀ ମଣିଷ

ଶକ୍ତିଶାଳୀ ସିଏ ଅପରିସୀମ 

ରକତକୁ ଶୋଷି ଅରଜିବ ଧନ

ମାନିବ ନାହିଁ ସେ ନୀତି ନିୟମ ।


ସ୍ୱାର୍ଥ କ୍ଷମତାର ଲାଳସାରେ ଅନ୍ଧ

ନାହିଁ ତାର ମନେ ଦୟା କରୁଣା 

ଭୋଗ ବିଳାସର ସିଏ ଅଧୀଶ୍ୱର 

ବୃଥା ଧର୍ମକର୍ମ ପୁଣ୍ୟ ସାଧନା ।


ପଦତଳେ ତାର ସର୍ବେ ଅଧସ୍ତନ 

ମଥାପାତି ପାଳୁଛନ୍ତି ଆଦେଶ 

ହେଉ ପଛେ ସତ୍ୟ ଦେଲେ ଭିନ୍ନ ମତ

ବାମ ହାତ ଖେଳ ତା ସର୍ବନାଶ ।


ଅର୍ଥ ବାହୁବଳେ ଯିଏ ବଳୀୟାନ 

ତା ଇଚ୍ଛା ପୂରଣେ ନାହିଁ ବାଧକ 

ନିୟୋଜିତ ତାର ସେବାରେ ସମ୍ବଳ

ଯନ୍ତ୍ର ନୂଆ ନୂଆ ଅବା ଶ୍ରମିକ ।


ଆଖି ଠାରି ଦେଲେ ଆଜ୍ଞାରେ ତାହାର 

ଉଠ ବସ ଧର୍ମ ସୂର୍ଯ୍ୟ ଉଦୟ  

ବାହାସ୍ପୋଟ ମାରି ଆସ୍ଫାଳଇ ମୁର୍ଖ 

ଭଗବାନ ତୁମେ ଇସ୍ତଫା ଦିଅ ।

   ---



Rate this content
Log in

Similar oriya poem from Tragedy