STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କାମନା

କାମନା

1 min
274


ଆଶା ନିରାଶାର କୁହେଳିକା ଧୂଆଁ

   କାମନା ବିନାଶ ନିଆଁ,

କଳ୍ପନା ହେଉଛି ଅଗାଧ ସମୁଦ୍ର

   ବୁଡ଼େଇ ମାରୁଛି ଯାହା‌।

କାମନାର ବିନାଶରେ ଦୁଃଖ ନାହିଁ

   ଆଶା ନିରାଶା କାରଣ‌,

ସାବଧାନ ହୋଇଯାଅ ବୁଦ୍ଧଜନ

  ବୌଦ୍ଧ ବାଣୀ ମୂଲ୍ୟବାନ।

ଅମା ଅନ୍ଧକାରେ ସ୍ଵପ୍ନ ତୋଳିବାରେ

   ଯେଉଁ ଭଳି ସୁଖ ଲାଗେ,

ତଦୁର୍ଦ୍ଧ୍ବ ବିଷାଦ ହୁଏ ଅନୁଭବ

   କାମନାର ପରାଭବେ‌।

କାମୁକ ଛାଡେନା କାମର ବାସନା

   କାମାନ୍ଧେ‌ ହୁଅଇ ବଣା,

ପ୍ରେମ କିନ୍ତୁ ଏଠି ଉପହାର ପାଏ

   ପୁଳା‌ ପୁଳା‌ ପ୍ରତାରଣା‌।

ସରଗକୁ ସିଡି କେ ବାନ୍ଧି ପାରେ କି

   ଆପ୍ରାଣେ‌ ଉଦ୍ଯମ କରି,

ଅବଶୋଷ ଖାଲି ଅବଶୋଷ ରହେ

   ସ୍ଵର୍ଣ୍ଣଲଙ୍କା ଯାଏ ଜଳି‌।

କାମନା ପାହାଡ଼ ପଥଟି‌ ବନ୍ଧୁର‌

   କେବଳ‌ ଦୁଃଖର କଣ୍ଟା‌,

କାମନା ଜଞ୍ଜାଳ ଅଟ‌ଇ ଜଟିଳ 

   କାମନାଟି‌ ପ୍ରାଣହନ୍ତା‌।

କାମନା ତ କେବେ ମାୟାଫାଶଟିଏ

   କେବେ ପୁଣି ଚୋରାବାଲି,

କେତେବେଳେ ମାୟାହେମହରିଣୀଟି

   କେବେ ବଳୀ ଫୁଲ ମାଳି।

ଅର୍ଥର‌ କାମନା ସ୍ଵାର୍ଥ ବିକାକିଣା

   ଅଭିଳାଷ ଆଶା ଥଳି‌,

ଭଲ ପାଇବାର ମିଛ ହସ୍ତାକ୍ଷର

   ମୁଠେ‌ ଅବିଶ୍ବାସ ଧୂଳି‌।

କାମନା ନିଆଁରେ ପୋଡିଯାଉ ଅଛି

   ଯେତେ ମଣିଷ ପଣିଆ,

ଶୂନ୍ୟ ପାଉଁଶରୁ‌ ମୁଠାଏ ଧରିକି‌

   ଛାଡ଼ିଯିବା ଏ ଦୁନିଆ।

ପୁରୁଷାର୍ଥ ‌ରହୁ କାମନା ନରହୁ

   ନିଃସ୍ଵାର୍ଥ ସ୍ଵପ୍ନଟି ଥାଉ,

ପୂଣ୍ୟେ ପରିପୂର୍ଣ୍ଣ ହେଉ ଏ ଧରିତ୍ରୀ

   କାମନା ସଫଳ ହେଉ।

ଅନ୍ଯର ମଙ୍ଗଳ କାମନା କରିବା

   ମହତ ଲୋକଙ୍କ କାର୍ଯ୍ୟ,

କା'ଆଶୁ ଆରୋଗ୍ୟ କାମନା କରିଲେ

   ଖୁସିହେବେ‌ ଦେବରାଜ‌।

କାମନା କରୁଛି ପରୀକ୍ଷାରେ ନିଶ୍ଚେ

    ଭଲ ନମ୍ବର ମିଳିବ,

କାମନା କରୁଛି ଆପଣଙ୍କ ଲକ୍ଷ୍ୟ

    ନିଶ୍ଚେ ଫଳବତୀ ହେବ।

ଆପଣ ମାନଙ୍କ ଦୀର୍ଘ ନିରାମୟ

   ଜୀବନ କାମନା କରେ,

କାମନା ବି କରେ କୁସୁମିତ ହେଉ

   ଚଲାପଥ‌ ଜୀବନରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy