ଶେଷଦୃଶ୍ୟ
ଶେଷଦୃଶ୍ୟ
ଚିରଦିନ ପାଇଁ ବୁଜି ଯାଉଥିବା ଆଖିର
ଶେଷ ଦୃଶ୍ୟ କୁ କେବେ ଦେଖିଛ କି ?
ସେ ସଂପୂର୍ଣ୍ଣ ନିସ୍ତବ୍ଧ ।
ଆଖିରେ ଶେଷ ଥର ପାଇଁ
ପଡୁଥିବା ପଲକଟେ
ଆଉ କେବେ ଛବି ଉତ୍ତୋଳନ କରିପାରେନା କି
ଆକାଶରେ ଉଇଁଥିବା ଜହ୍ନକୁ ଦେଖି ମଧ୍ୟ ଦେଖିପାରେନା
ସେ ନିଜ ଆଖିରେ ଶେଷ ଦୃଶ୍ୟ କୁ
ଗୋଟେ ମାଟି କଣ୍ଢେଇ ପରି ଦେଖିଯାଏ
ହେଲେ,
ଓଠ ଖୋଲି କିଛି କହିପାରେନା ।
ଆଖି ଆଗରେ ନିସ୍ତବ୍ଧ ରହିଯାଏ
ବୋହିଯାଉଥିବା ଝରଣା ଓ ରାତିର ଚନ୍ଦ୍ରମା
ଆଉ,
ଆଖିର ଶେଷ ଦୃଶ୍ୟ ଟେ
ଚିରଦିନ ପାଇଁ ବନ୍ଧା ପଡ଼ିଯାଏ
ଏକ ଶାନ୍ତ ନିବୁଜ କୋଠରୀ ଭିତରେ ।