STORYMIRROR

Subham Kumar Sahoo

Tragedy

3  

Subham Kumar Sahoo

Tragedy

ଶେଷ ଦୃଶ୍ୟ

ଶେଷ ଦୃଶ୍ୟ

1 min
141

ଚିରଦିନ ପାଇଁ ବୁଜି ଯାଉଥିବା ଆଖିର

ଶେଷ ଦୃଶ୍ୟକୁ କେବେ ଦେଖିଛ କି ?

ସେ ସଂପୂର୍ଣ୍ଣ ନିସ୍ତବ୍ଧ ।

ଆଖିରେ ଶେଷ ଥର ପାଇଁ 

ପଡୁଥିବା ପଲକଟେ

ଆଉ କେବେ ଛବି ଉତ୍ତୋଳନ କରିପାରେନା

କି 

ଆକାଶରେ ଉଇଁଥିବା ଜହ୍ନକୁ ଦେଖି ମଧ୍ୟ ଦେଖିପାରେନା 

ସେ ନିଜ ଆଖିରେ ଶେଷ ଦୃଶ୍ୟକୁ 

ଗୋଟେ ମାଟି କଣ୍ଢେଇ ପରି ଦେଖିଯାଏ

ହେଲେ,

ଓଠ ଖୋଲି କିଛି କହିପାରେନା ।

ଆଖି ଆଗରେ ନିସ୍ତବ୍ଧ ରହିଯାଏ

ବୋହିଯାଉଥିବା ଝରଣା ଓ ରାତିର ଚନ୍ଦ୍ରମା

ଆଉ,

ଆଖିର ଶେଷ ଦୃଶ୍ୟଟେ

ଚିରଦିନ ପାଇଁ ବନ୍ଧା ପଡ଼ିଯାଏ

ଏକ ଶାନ୍ତ ନିବୁଜ କୋଠରୀ ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy