STORYMIRROR

Shiba Charan Mahapatra

Tragedy Inspirational

4  

Shiba Charan Mahapatra

Tragedy Inspirational

ମୁକ୍ତିଗୀତି

ମୁକ୍ତିଗୀତି

1 min
38

ଝରିଲାଣି ବୟସରୁ ଯଉବନ ବସନ୍ତ ବଉଳ 

ଫେରିଲେଣି ମହୁମାଛି ଗର୍ଭପୁଷ୍ପେ ନହୋଇ ପାଗଳ

ଉଡୁନାହିଁ ପ୍ରଜାପତି ଆମ୍ରକୁଞ୍ଜେ ବୋଲୁନି କୋକୀଳ 

ରକ୍ତଜବା ରଙ୍ଗ ନାଇ ମନ ଗ୍ରାମେ ଆସୁନି ସକାଳ..!!


ନୀଳନଭ ସ୍ୱପ୍ନପଥେ ମେଘମାଳା ଦେଲେଣି କୁହାଟ

ମୃତ୍ୟୁବୋଧ ନିଃସଂଗତା ନେତ୍ରଅମ୍ବୁ ନ ଶୁଣେ ଆହଟ

ଏ ଜୀବନ ନଈଧାରେ ପର ନାଆ ନାଉରିଆ ଘାଟ

ଯାଅ ଏବେ ଖୋଲିଦିଅ ହୃଦଗତ ମୁଦ୍ରିତ କବାଟ..!!


ବୁଝିଯାଅ ମିଛ ମିଛ ଏ ସମ୍ପର୍କ ସ୍ୱପ୍ନୀଳ ସହର

ବେଶ ବାସ ସାତପର ତେଜୋଦ୍ଦୀପ୍ତ ମହମ ଶରୀର 

ହେଜ ଥରେ ଏ ସହରେ ଅବସ୍ଥିତ କାହିଁ ତୁମ୍ଭ ଘର

କିଏ ତୁମ୍ଭେ ଜଗୁଆଳୀ ଫୁଲବନ ଅଥବା ଭ୍ରମର..?


ଖୋଲିଦିଅ ପଞ୍ଜୁରୀର ମୋହବନ୍ଧା ବିବାସ ବିହଙ୍ଗ 

ନଭସ୍ୱାନ ଡେଣା ଝାଡି ମୁକ୍ତିଗୀତି ଲେଖୁ ଏ ପ୍ରସଙ୍ଗ..!!


Rate this content
Log in

Similar oriya poem from Tragedy