STORYMIRROR

Debabrata Mishra

Abstract Tragedy Others

3  

Debabrata Mishra

Abstract Tragedy Others

ମୁକ୍ତି ଚାହେଁ

ମୁକ୍ତି ଚାହେଁ

1 min
146

ଅଯୋଗ୍ୟ ହସିବାର ହସାଇବାର

ଅସମର୍ଥ ଲୁହ ପୋଛିବାର ମା' ର

ନା ଅଛି ଭକ୍ତି ଆଧାତ୍ମିକ ଶକ୍ତି ପ୍ରୟୋଗର

ନାହିଁ ଜମା ନୀତି ସମାଜ ସୁଧାରିବାର

ସାହସହୀନ ନିଜକୁ ବଦଳାଇବାର, 

ତେଣୁ ମୁକ୍ତିଦିଅ ପ୍ରଭୁ ଏ ଧରାରୁ ଏ ଜଗତରୁ

ଏ ପୂଣ୍ୟଧାମ ଓ ସକରାତ୍ମକ ସମାଜରୁ

ଏ ମନ ନକରାତ୍ମକ ତାକୁ ମୁକ୍ତି ଦିଅ

ପ୍ରଣତୀ ମିନତୀ ଗୁହାରୀ କରୁଛି 

ଏ ପାପୀ ପ୍ରାଣ ମନକୁ ବନ୍ଧନରୁ ମୁକ୍ତି ଚାହେଁ ।


ଏ ହାତ ଆଳସ୍ୟରେ ବନ୍ଧା ଏ ଇଛା ଶୟନରତ

ଅବୟବ ଅଙ୍ଗ ବ୍ୟର୍ଥ ଲାଗେ ପରିଶ୍ରମ ବିପରୀତ

ମସ୍ତକ ଓଜନ ମସ୍ତିଷ୍କ ଶୂନ୍ଯ କରେନାହିଁ ଉପକାର

ଏ ସମାଜେ ବଞ୍ଚିବାକୁ ଅମଣିଷର ନାହିଁ ଅଧିକାର, 

ପାଗଳାମି କରେ ଅଜବ ତା' ରଙ୍ଗଢଙ୍ଗ ନେଇଯାଅ

ଏ ସୁନ୍ଦର ଧରିତ୍ରୀ ରେ ଯାଗାନାହିଁ ତାର ମୁକ୍ତି ଦିଅ

ସେ ଜିତିବାକୁ ଚାହେଁ ନାହିଁ ହାରିବାର କ୍ରୋଧ ନାହିଁ

ନିଶ୍ୱାସ ତା ମୂଲ୍ଯହୀନ ହେ ଈଶ୍ବର ପାଖକୁ ନିଅ

ସେ ଜୀବନକୁ ଘୃଣା କରେ ତାକୁ ମରଣ ତ ଦିଅ

ଏ ଅପରାଧୀ ମନଶରୀରରୁ ସେ ମୁକ୍ତି ଚାହେଁ ।


Rate this content
Log in

Similar oriya poem from Abstract