ହୃଦ ଚୁପି ଚୁପି କାନ୍ଦେ
ହୃଦ ଚୁପି ଚୁପି କାନ୍ଦେ
ଶିଖୁ ଶିଖୁ ଶିଖି ଗଲି
ବଞ୍ଚିବାର କଳା
ଦୁଃଖକୁ ମୋ କରିନେଲି
ଗଳାର ମେଖଳା
ଚାଲୁ ଚାଲୁ ଜୀବନର ଲମ୍ବା ପଥ ପରେ
ସୁଖ ଦୁଃଖ ଯେତେ ସବୁ
ସାଉଁଟୁଛି ମୋ ପିନ୍ଧା ପଣତରେ ।
ଏକା ଏକା ଚାଲୁ ଚାଲୁ
ଯେବେ ଝୁଣ୍ଟି ପଡେ
ପଛରୁ ମୋ 'ବବି' ଡାକି
କେହି ଭିଡି ଧରେ ।
ସବୁଦିନ ପରି ଏବେ ଆଉ ମୋତେ
ଡର ଲାଗେନାହିଁ ଅନ୍ଧାରକୁ
ହୃଦୟ ଯନ୍ତ୍ରଣା ବଢ଼ି ବଢ଼ି ଯାଏ
କେହିନାହିଁ ଶୁଣିବାକୁ ।
ତୋ'ବିନା ଗଲାଣି ଛଅଟି ବସନ୍ତ
ଶିଖୁଛି ବଞ୍ଚିବା କଳା
ଦିନେ କହୁଥିଲୁ ଡରିବା ଛାଡିଦେ
ଏପରା ସଂସାର ମେଳା ।
ସେହି ପଦଟିକୁ ଦୋହା କରି ମୁହିଁ
ଚାଲିଛି ସଂସାର ଦାଣ୍ଡେ
ଆଖି ଲୁହ ସବୁ ଓଠ ପିଏ ସିନା
ହୃଦ ଚୁପି ଚୁପି କାନ୍ଦେ ।
