STORYMIRROR

Namita Pal

Tragedy

3  

Namita Pal

Tragedy

ହୃଦୟହୀନ ପ୍ରିୟ

ହୃଦୟହୀନ ପ୍ରିୟ

1 min
200

ଥରୁଟିଏ ପଛୁକୁ ଦେଖିଲନି ସଜ୍ଜଳ ନୟନରେ ତୁମକୁ ଚାହିଁଥିଲି,

ଭାବିଥିଲି ପଛକୁ ଫେରି ଦେଖିବ ଆଉ ମୃଦୁ ମୃଦୁ ହସି ହାତ ଠାରି

ମୋତେ ଡାକିବ, ମୁଁ ଦୌଡିଯିବି ଆଉ ତୁମକୁ ପ୍ରେମ ପାଶରେ ବାନ୍ଧିଦେବି।


ତୁମ ପ୍ରଣୟର ସ୍ପର୍ଶ ରେ ସିଞ୍ଚି ହୋଇ ପୁଣି ଥରେ ଏଇ ଉଜୁଡା ମନ

ପଲ୍ଲବିତ ହୋଇଉଠିବ,ଦରଫୁଠା ସ୍ବପ୍ନ ସବୁ ପାଖୁଡ଼ା ମେଲି ହସି ଉଠିବେ,

ଆଉ ତାର ମତୁଆଲା ବାସ୍ନାରେ ମୁଁ ବାସ୍ନାୟିତ ହୋଇଯିବି,ପାଦର କିଙ୍କିଣୀ ।


ପ୍ରେମରାଗର ତାଳେ ତାଳେ ଥିରି ଥିରି କରି ନାଚି ଉଠିବ,ଆଉ ତାର ଶବ୍ଦ

ତୁମ ନିସ୍ତବ୍ଧ ହୃଦୟରେ ପ୍ରେମର ଜୁଆର ହୋଇ ଖେଳିବ।

କିନ୍ତୁ ସେମିତି କିଛିବି ହେଲାନି,ତୁମେ ଆଉ ପଛକୁ ଫେରି ଚାହିଁଲନି।


ଉଜୁଡା ମନ ପଥର ହୋଇଗଲା। ଦରଫୁଠା ସ୍ବପ୍ନ ସବୁ ଫୁଲ ହୋଇ ଫୁଠିବା

ଆଗରୁ ତଳେ ଝଡି ପଡିଲା। ପାଦର କିଙ୍କିଣୀ ବିରହର ରାଗରେ ନିଶବ୍ଦ ହୋଇଗଲେ,

ତୁମ ମନ ମନ୍ଦିରର ଦ୍ବାର ମୋ ପାଇଁ ବନ୍ଦ ହୋଇଗଲା। ତୁମ ଫେରିବା ବାଟକୁ ଚାହିଁ ଚାହିଁ

ମୁଁ ଆଜି ଅଭିଶପ୍ତା ଅହଲ୍ଯା ପାଲଟିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy