STORYMIRROR

Ramakanta Behera

Romance Tragedy

3  

Ramakanta Behera

Romance Tragedy

ସ୍ପର୍ଶ

ସ୍ପର୍ଶ

1 min
246

ଆସିଥିଲ ତୁମେ     ଏଇ ମୋ ଜୀବନେ 

     ହୋଇ ସଜ ଫୁଟା ଫୁଲ 

ପ୍ରଥମ ଦେଖାରେ     କଣ ଯେ ହେଲା 

     ପାଇଗଲି ତୋତେ ଭଲ 


କଥା ହେବାକୁ ମୋ    ଭାରି ଇଛା ଥିଲା 

     ପ୍ରଥମ ଆଖିର ଦେଖାରେ 

 ଚୁପ ରହିଗଲି       ଜାଣି ଶୁଣି ପୁଣି 

    ହେବ ଆଉ ଥରେ ଭେଟରେ        ।।


ଭେଟ ହେଲା ଯେବେ  ତୁମ ସାଙ୍ଗେ ମୋର 

      ପୋତି ଥିଲି ମୁହଁ ତଳକୁ 

କିଛି କଥା ତୁମେ      କହି ଦେଇ ମୋତେ 

     କିଣି ନେଲା ମୋର ମନକୁ        ।।


ଅନେକ ଦିନର        ମିଳାମିଶା ପରେ 

     ଦେଲ ତୁମେ ମୋତେ ନମ୍ବର 

ନମ୍ବର ଦେଇକି        ମନ ମୋ ନେଇକି 

      ଚୋରି କଲ ନିଦ ରାତିର       ।।


ଗୋଲାପ ତୁମକୁ        ଆଣି ଦେଇଥିଲି 

       କହିଥିଲି ହାତ ଛୁଇଁ 

ଯାହା ହେଇଯାଉ       ଏ ଜୀବନେ ପଛେ 

      ମୋତେ ଭୁଲି ଯିବ ନାହିଁ       ।।


ସେଇ ସ୍ପର୍ଶ ତୁମ        ମନେ ପଡେ ଆଜି 

       ଚୁମିଥିଲି ତୁମ ହାତକୁ 

ତୁମ କଥା ଭାବି         ତୁମ ପାଇଁ ଲେଖି 

       ଶୀର୍ଷକ ରଖିଛି ସ୍ପର୍ଶକୁ       ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance