Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Behera

Romance

4.0  

Ramakanta Behera

Romance

ପ୍ରେମ ଏକ ରହସ୍ୟ

ପ୍ରେମ ଏକ ରହସ୍ୟ

1 min
169


ତୁମ କଥା ଭାବି       ଚାନ୍ଦ ମୁଁ ଦେଖୁଚି 

ତୁମ କଥା କେତେ      ରାତିକୁ କହୁଛି 

     ପ୍ରେମର ମାୟାରେ ଘେରି ,

ସ୍ୱର୍ଗ ରାଇଜର      ପରି ତୋତେ ଭାବି 

ମନ ମନ୍ଦିରରେ      ନୀତି ତୋତେ ପୂଜି

    ଗଲିଣି ପ୍ରେମର ରହସ୍ୟ ମରି      ||


ଜାଲ ପରି ତୋର      ପ୍ରେମର ନଅର

     ମୁଁ ପଥ ଭ୍ରଷ୍ଟ ବାଟୋଇଟେ

ଅନ୍ଧାର ନଅରେ       ମରୀଚିକା ଦିଶେ 

     ତୋ ପ୍ରେମର ପରସ ବୁନ୍ଦେ       ||


କି ପରି ପରୀ ତୁ        ଗଢିଛୁ ନଅର 

      ମାୟାବିନୀ ପ୍ରିୟା ମୋର 

ସାତ ସିନ୍ଧୁ ସାତ       ଫରୁଆ ଭିତରେ

      ରଖୁ ପ୍ରେମ ଅଣୁ ତୋର         ||


ତୋ ପାଇଁ ପାଗଳ       ମୁଁ ପରା ଭ୍ରମର

     ପ୍ରେମର ରହସ୍ୟ ଘେରି

ନେହୁରା ହଉଚି        ବିନତି କରୁଛି 

     କର ପ୍ରେମ ସାଗରରୁ ପାରି        ||


   


Rate this content
Log in

Similar oriya poem from Romance