Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Behera

Romance Tragedy

3  

Ramakanta Behera

Romance Tragedy

ପ୍ରିୟତମା

ପ୍ରିୟତମା

1 min
119


ପ୍ରିୟତମ ତୁମେ ପ୍ରିୟା ମୋର ସାଜି 

କୁଆଡେ ଯାଇଛ ହଜି 

ଭୁଲି ଚାଲି ଆସ ଦୁନିଆକୁ ତୁମ 

ଅନେଇ ବସିଛି ଆଜି  ||


ଦୁଃଖ ଦୁନିଆଁରେ ସୁଖ ଖୋଜୁ ଖୋଜୁ 

ପାଇଥିଲି ତୋତେ ଖୋଜି 

ହଜିଗଲୁ କାହିଁ ଏ ଭିଡ ଭିତରେ 

ଖୋଜୁଛି ମୁ ତୋତେ ଆଜି  ||


ପ୍ରିୟତମ ତୁମେ ଚାଲିଗଲ ବୋଲି 

ଏକୁଟିଆ ଏକା ସାଜି 

ଭାଙ୍ଗି ଯାଇଛି ଏ ହୃଦୟ ମନ୍ଦିର 

ନିଇତି ଗଡ଼ୁଛି ଆଜି  ||


ଭଲ ଭାବି ଭଲ ପାଇଥିଲି ବୋଲି 

ଛାଡି ଚାଲିଗଲୁ ଆଜି 

ସବୁ ଖୁସି ତୋତେ ଆଣିଦେବି ପ୍ରିୟା

ତୁ ହେଇଯାଆ ଥରେ ରାଜି  ||


କା ପାଇଁ ଲେଖୁଛି କବିତା ଏ ଆଜି 

କା ପାଇଁ ଭାବୁଛି ବସି 

ପ୍ରିୟତମା ପାଇଁ ପୀରତି ପରସି

ପ୍ରେମିକ କାନ୍ଦୁଚି ଆଜି   ||



Rate this content
Log in

Similar oriya poem from Romance