STORYMIRROR

Ramakanta Behera

Romance Tragedy

3  

Ramakanta Behera

Romance Tragedy

ଅପ୍ରାପ୍ୟ ପ୍ରେମ

ଅପ୍ରାପ୍ୟ ପ୍ରେମ

1 min
279

ସେଇ ପ୍ରେମ ଯାହା ସମସ୍ତଙ୍କ ପାଇଁ କଳ୍ପନା, ଅପ୍ରାପ୍ୟ 

ଯାହା ଭାବିବା ନିରର୍ଥକ 

କିନ୍ତୁ ସେଇ ପ୍ରେମ ମୁଁ କରିଥିଲି 

ସେଇ ଅପ୍ସରୀ ପାଇଁ କେତେ ସ୍ୱପ୍ନ ଦେଖୁଥିଲି ,

ଖାସ କରି ପାହାନ୍ତି ସ୍ୱପ୍ନରେ ତା ଚର୍ମ ସ୍ପର୍ଶ ପାଇଥିଲି ||


ମୁଁ ଜାଣିଥିଲି ସେ ଅପ୍ରାପ୍ୟ ଥିଲା 

ଯେଉଁଠି ଅନ୍ୟମାନେ ତା ସହ କଥା ହେବା ପାଇଁ ଡରୁଥିଲେ ,

ସେଇଠି ମୁଁ ତାକୁ ହୃଦୟର ଆଇନାରେ ଦେଖି କଥା ହେଉଥିଲି. ||


ତା ଆଖିର ମହୁଲି ନିଶାରେ ମୁ କେତେ ଥର ହନ୍ତ ସନ୍ତ ହେଇଚି ତାହା ମୁ ହିଁ ଜାଣେ

ତା ଓଠର ମତୁଆଲା ନିଶାରେ ମୁ କେତେ ଥର ବାଟ ଝୁଣ୍ଟିଚି ତାହା ମୁଁ ହିଁ ଜାଣେ 

ତା ମଖମଲି ଚାଲିରେ ମୁ କେତେ ଥର କାନ୍ଥରେ ପିଟି ହେଇଚି ତାହା ମୁଁ ହିଁ ଜାଣେ 

ତା ଫର ଫର କେଶ ଦେଖି ମୁ କେତେ ଥର ନିଶା ଗ୍ରସ୍ତ ହେଇଚି ତାହା ମୁ ହିଁ ଜାଣେ ||


ମୁଁ ଜାଣି ଥିଲି ସେ ଅପ୍ରାପ୍ୟ, ଅପହଞ୍ଚ ଓ ଆକାଶ ଛୁଆଁ

ଯାହାକୁ ପାଇବା ମୋ ଭାଗ୍ୟରେ ନଥିଲା 

ମୁଁ କାହିଁକି ତା ପାଖେ ହାରି ଯାଉଥିଲି

ମୁଁ କାହିଁକି ତାକୁ ଏତେ ଭଲ ପାଉଥିଲି  ||


ସେ ଜାଣି ଥିଲା ମୁଁ ତାକୁ ଭଲ ପାଏ 

ସେ ଜାଣି ଥିଲା ମୁଁ ତା ପାଇଁ କିଛି ବି କରିପାରେ

ମୋ ହୃଦୟର ସମସ୍ତ ଅଂଚଳ ତା ଅକ୍ତିଆରରେ ଥିଲା 

ମୁଁ ଜାଣିଚି ସେ ଅପ୍ରାପ୍ୟ 

ହେଲେ ମୋତେ ପ୍ରେମ କାହିଁକି ହେଲା ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance