ପ୍ରେତାତ୍ମା ଓ କୋଠି
ପ୍ରେତାତ୍ମା ଓ କୋଠି


ହୃଦୟର ଶୂନ୍ୟ କୋଠରୀରେ ଆଜି
ଅଛ ତୁମେ ପ୍ରିୟା ମୋର
କିଏ କହେ ମୋତେ ପାଗଳ ପ୍ରେମିକ
ଭ୍ରମର କେତେ ପ୍ରେମର ।।
ପୁଣି କିଏ କହେ ଚାଲିଗଲା ସିଏ
କାହିଁ ତାକୁ ଏତେ ଝୁରୁଛୁ
ମିଛଟାରେ କାହିଁ ବଞ୍ଚିଚି ସେ ବୋଲି
ନିଜ ମାନେ ନିଜେ ଭାବୁଚୁ ।।
ପୁଣି କିଏ କହେ ପ୍ରେତାତ୍ମା ପରି ସେ
ହୃଦୟରେ ତୋର ବସିଛି
ଚାଲିଗଲା ପରେ ଭୁଲ ତାର ସିଏ
ନିଜେ ଅନୁତାପ କରୁଛି ।।
ଚିର ଦିନ ପାଇଁ ରହିଯାଅ ତୁମେ
ହୃଦୟର ଶୂନ୍ୟ କୋଠି
ଶୂନ୍ୟରେ ତୁମକୁ ସ୍ପର୍ଶ କରୁଥିବି
ରଚୁଥିବି ଶୂନ୍ୟ ଚଉଠି ।।
ଭୁଲିଯିବି ଏଇ ଦୁନିଆକୁ ଆଜି
କିଏ ଅବା ଅଛି କୋଉଠି
ଚାଲ ମିଶିଯିବା ଦୁଇ ମନ ଆମ
ଗୋଟିଏ ଦେହରେ ଏକାଠି ।।