STORYMIRROR

Ramakanta Behera

Tragedy Fantasy Thriller

3  

Ramakanta Behera

Tragedy Fantasy Thriller

ପ୍ରେତାତ୍ମା ଓ କୋଠି

ପ୍ରେତାତ୍ମା ଓ କୋଠି

1 min
195

ହୃଦୟର ଶୂନ୍ୟ      କୋଠରୀରେ ଆଜି 

    ଅଛ ତୁମେ ପ୍ରିୟା ମୋର 

କିଏ କହେ ମୋତେ    ପାଗଳ ପ୍ରେମିକ 

    ଭ୍ରମର କେତେ ପ୍ରେମର      ।।


ପୁଣି କିଏ କହେ      ଚାଲିଗଲା ସିଏ 

    କାହିଁ ତାକୁ ଏତେ ଝୁରୁଛୁ 

ମିଛଟାରେ କାହିଁ     ବଞ୍ଚିଚି ସେ ବୋଲି

    ନିଜ ମାନେ ନିଜେ ଭାବୁଚୁ      ।।


ପୁଣି କିଏ କହେ     ପ୍ରେତାତ୍ମା ପରି ସେ 

    ହୃଦୟରେ ତୋର ବସିଛି 

ଚାଲିଗଲା ପରେ     ଭୁଲ ତାର ସିଏ 

    ନିଜେ ଅନୁତାପ କରୁଛି       ।।


ଚିର ଦିନ ପାଇଁ      ରହିଯାଅ ତୁମେ 

     ହୃଦୟର ଶୂନ୍ୟ କୋଠି 

ଶୂନ୍ୟରେ ତୁମକୁ      ସ୍ପର୍ଶ କରୁଥିବି 

     ରଚୁଥିବି ଶୂନ୍ୟ ଚଉଠି       ।।


ଭୁଲିଯିବି ଏଇ       ଦୁନିଆକୁ ଆଜି 

    କିଏ ଅବା ଅଛି କୋଉଠି 

ଚାଲ ମିଶିଯିବା       ଦୁଇ ମନ ଆମ 

   ଗୋଟିଏ ଦେହରେ ଏକାଠି      ।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy