STORYMIRROR

Ramakanta Behera

Romance Tragedy Fantasy

3  

Ramakanta Behera

Romance Tragedy Fantasy

ପ୍ରେମରେ କଳଙ୍କ

ପ୍ରେମରେ କଳଙ୍କ

1 min
273

ଜହ୍ନର କଳଙ୍କ        ଭଲଲାଗେ ହେଲେ 

       ପ୍ରିୟାର ଅତୀତ କଷ୍ଟ 

ଜୀବନକୁ ମୋର         କଳଙ୍କିତ କରି 

      କଲ ମୋ ଜୀବନ ନଷ୍ଟ          ।।


ଗେଲ କଲା ବେଳେ       କହୁଥିଲା ସିଏ 

       ତୁମେ ଭାରି ମୋର ଦୁଷ୍ଟ 

ଏବେ ମୁ ଶୁଣୁଛି         ପଛେ ସେ କହୁଛି 

         ଚରିତ୍ର ତୁମର ଭ୍ରଷ୍ଟ          ।।


ମଥା ପାତି ଆଜି         ସହି ମୁ ଯାଉଛି 

        ପ୍ରିୟାର ଅସହ୍ୟ କଥା

ସମ୍ପର୍କର ଡୋରି        ଚିଡ଼ିଗଲେ ଥରେ

        ଆଉ କି ପଡିବ ନଥା         ।।


ଅତୀତ ମୋ ଆଜି        ପିଙ୍କାରି କହୁଛି 

      ପ୍ରେମରେ ଲାଗିଲା କଳଙ୍କ 

ଏମିତି ସେ ପ୍ରିୟା       ପ୍ରେମ ମୋତେ କଲା 

       ପଡିଛି ଅକାଳ ଦୁର୍ଭିକ୍ଷ୍ୟ         ।।


ଆଜି ମୁ କହୁଛି           ଚୁପ ବି ରହୁଛି 

     ଦିଅ ତୁମେ ମୋତେ ବିରତି 

ପ୍ରେମ କଲି ବୋଲି      ହୃଦୟ ମୋ ଖୋଲି 

      ଶିଖେଇଲ ପ୍ରେମ ପୀରତି        ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance