STORYMIRROR

Ramakanta Behera

Action Inspirational Thriller

3  

Ramakanta Behera

Action Inspirational Thriller

ସଫଳତା

ସଫଳତା

1 min
254

 ସଫଳତା ଏକ     ବିଚିତ୍ର ସ୍ୱାଦ 

      ଯିଏ ତାକୁ ଏଠି ଚାଖିଚି 

ଦୁଃଖରେ ହେଉନା    ସୁଖରେ ବା ହେଉ 

      ଗନ୍ଧ ତାର ସିଏ ବାରିଛି         ।।


ବିଚିତ୍ର ଦୁନିଆ       ସଫଳତା ଦୌଡ 

      ଶୂନଶାନ ପରିବେଶ 

ସଫଳତା ପଛେ     ଦଉଡ ଦଉଡ 

    ମରିଯାଏ ଭୋକ ଶୋଷ           ।।


ସୌଭାଗ୍ୟର କିଏ     ଅର୍ଜେତ ଏହାକୁ 

    କିଏ ଦୁର୍ଭାଗ୍ୟକୁ କୋସୁ ଥାଏ 

ପୁରୁଷାର୍ଥ ବେଳେ     କିଏ ଅରଜି ନିଏ 

     କିଏ ସମୟକୁ ଦୋଷ ଦିଏ         ।।


ଅନ୍ୟ ସଫଳତା      ଦେଖି କାହିଁ ବେଳେ 

   ଦୋଷୀ ଦୋଷୀ ମୋତେ ଲାଗେ 

ସଫଳତା ଏଠି        ପାଇବା ପାଇଁକି 

      ସ୍ୱାର୍ଥର ଦଉଡ ଲାଗେ          ।।


ନୀତି ଦୌଡୁଛ       ସଫଳତା ପଛେ 

      ଅନ୍ତରକୁ ଟିକେ ଦେଖ

କର୍ମ ପାଠପଢା       ସତ୍ୟବାଦୀ ସାଙ୍ଗେ

      ଇଶ୍ୱରଙ୍କୁ ଧ୍ୟାନ ରଖ           ।।


ଜୀବନରେ ଯେବେ     ଝୁଂଟିକି ଉଠିବ

      ଚାଲିବାର ମଜା ପାଇବ

ସଫଳତା ପଛେ      ନମିଳିଲେ ନାଇଁ 

      ଅନ୍ତରରୁ ଖୁସି ମିଳିବ          ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action