ଅନୁତାପ
ଅନୁତାପ


ଭୁଲ ତୋର ଥିଲା ଜାଣିଥିଲୁ ତୁ
ଭୁଲ ମୋର ଥିଲା ବୁଝିଥିଲି ମୁଁ
ବୁଝିଲୁନି କିଛି କ୍ଷଣଟିଏ ପାଇଁ
କରିଦେଲା ତୁମେ ଇତି
ତମେ ଚାଲିଗଲ ସବୁ ଚାଲିଗଲା
ରହିଗଲା ତୁମ ସ୍ମୃତି ||
ଟିକିଏ ଟିକିଏ କଥାରେ ମୋହର
କରୁଥିଲ ତୁମେ କଳି
ପ୍ରେମର ପରଶ ପାଇବା ପାଇଁକି
କରୁଥିଲି ପରା ଅଳି ||
ହୃଦୟ ନେବାର ମୂଲ୍ୟ ବୁଝିଲନି
ଦେଲ ବିଶ୍ୱାସରେ ଧୋକା
ମୋ ହାତ ଛାଡି ଆଉକା ସାଥିରେ
ହେଇଗଲ ପ୍ରେମ ସଖା ||
ଜାଣିଗଲି ଯେବେ ତୋର ପ୍ରେମଟାକୁ
ଉଠିଗଲା ମୋର ହାତ
କେଜାଣି କାହିଁକି ତୁ ଯିବା ପରେ
କରୁଚି ମୁ ଅନୁତାପ ||