STORYMIRROR

Sagar Kumar Parida

Tragedy

3  

Sagar Kumar Parida

Tragedy

ନୀରବ ଝଡ଼

ନୀରବ ଝଡ଼

1 min
187

ଚାରିଆଡେ ଶୁନସାନ ନିରବ ରାଜୁତି

ଲୋକମାନଙ୍କର ଏବେ ଗହଳି କମିଚି

ଏହି ସମୟରେ

ଟୁପଟାପ ଶବ୍ଦ ସବୁ କର୍ଣ୍ଣକୁ ଶୁଭୁଛି।।


ସନ୍ଧ୍ୟା ଗୋଧୂଳି ସମୟ ଆସି ଉପଗତ

ଦୂରରୁ ଶୁଭଇ କା'ର କାନ୍ଦଣାର ଶବ୍ଦ

ହୋଇଣ ଆଗ୍ରହୀ

ଦେଖିବାକୁ ଗଲି ମୁହିଁ ଶବ୍ଦ ପାଶେ ଧାଇଁ।।


ଗାଁ ମୁଣ୍ଡ ପରିବାରେ ଉଠିଅଛି ଝଡ଼

ସେ ଝଡ଼ ଶବଦେ ଶୁଭେ କାନ୍ଦଣାର ସ୍ୱର

ପିତା ସମ୍ପତ୍ତି ଲାଳସେ

ଭାଇ ଭାଇ ମଧ୍ୟେ କଳି ଭାବଟି ପ୍ରକାଶେ।।


ଯେଉଁ ପରିବାର ମଧ୍ୟେ ନ ଥିଲା କଳହ

ଏ ବିଷମ ପରିସ୍ଥିତି କିପରି ଉଦୟ

ଭାବି ସେହି କଥା

ପଚାରି ବୁଝିଲି କାହିଁ ଏପରି ଅବସ୍ଥା।।


ସଂସାରେ ସମ୍ପତ୍ତି ପାଇଁ ଲୋଭ ସଭିଙ୍କର

ଧନ ବିନା ମୂଲ୍ୟହୀନ ଜୀବନ ଆମର

ଦରକାର ଧନ

ପିତାଙ୍କର ଥିବା ସେହି ସମ୍ପତ୍ତି ମାନ।।


ଯେଉଁ ଝଡ଼ ମନ ମଧ୍ୟେ ହୁଏ ପ୍ରବାହିତ

ସେହି ଝଡ଼ କରିପାରେ ଦେହ ରୋଗଗ୍ରସ୍ଥ

ସେହି ଝଡ଼ରୁ ଦୂରରେ

ମନ ରଖ ନେଇ ବିଭୁ ପଦାରବିନ୍ଦରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy